Quantum Mirror

ମିଠା ଦୋକାନୀ ହତ୍ୟାକାଣ୍ଡ ଘଟଣା

ମିଠା ଦୋକାନୀ ହତ୍ୟାକାଣ୍ଡ ଘଟଣା

ଭୁବନେଶ୍ୱର:  ସ୍ପେସାଲ ସ୍କ୍ବାର୍ଡ ପଞା ରେ ହତ୍ଯାକାରୀ । ଶମ୍ଭୁ ହତ୍ଯାକାଣ୍ଡ ଘଟଣାରେ ସମ୍ପୃକ୍ତ ମୁଖ୍ଯ ଅଭିଯୁକ୍ତଙ୍କୁ ତୁମୁଡିବନ୍ଧରୁ ଗିରଫ କରିଛି ସ୍ପେସାଲ ସ୍କ୍ବାର୍ଡର ସ୍ବତନ୍ତ୍ର ଟିମ। ହତ୍ଯାକାଣ୍ଡ ପରେ ଦୁଇ ଅଭିଯୁକ୍ତ ପ୍ରଥମେ ବ୍ରହ୍ମପୁର ଓ ପରେ ତୁମୁଡିବନ୍ଧ ପଳାଇଥିଲେ। ଧରାପଡିଥିବା ଦୁଇ ଅଭିଯୁକ୍ତ ଶ୍ରୀତିକ ବିଶ୍ବାଳ ଓ ଆଶୁତୋସ ମହାନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି। ଏମାନେ ବ୍ଯବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ଯ ଜବତ କରିଛି କମିସନରେଟ ପୋଲିସ। ମୃତ ଶମ୍ଭୁ ପୁର୍ବରୁ ଦିଲିପ ବେହେରା ଠାରୁ ଘର ତିଆରି କରିବାକୁ କିଛି ଟଙ୍କା ଧାର ନେଇଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ବଦଳରେ ଶମ୍ଭୁ ଦିଲିପଙ୍କୁ ଗାଳିଗୁଲଜ କରିଥିଲେ। ଏକଥା ଦିଲିପର ପୁଅ ଯାଣିବାପରେ ତାର ସାଙ୍ଗ ଶ୍ରୀତିକ ଓ ଆଶୁତୋସ କୁ କହି ପାନେ ଦେବାପାଇଁ ଯୋଜନା କରିଥିଲେ। ଆଉ ଗତ ଚାରି ତାରିଖରେ ସ୍ପଷ୍ଟ ଦିବାଲୋକରେ ହତ୍ଯାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ହତ୍ଯାକାଣ୍ଡ ଘଟଣାରେ ପୁର୍ବରୁ କମିସନରେଟ ପୋଲିସ ପାଁଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ଯାକାଣ୍ଡ ର ମାଷ୍ଟର ମାଇଣ୍ଡ ରାଜା ବେହେରା କୋର୍ଟ ରେ ଆତ୍ମସମର୍ପଣ କରିସାରିଛି ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×