ଭୁବନେଶ୍ୱର: ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ ସୂଚନ। ସେପ୍ଟେମ୍ବର ୧୧ ରୁ ୨୫ ମଧ୍ୟରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲା । ପାଖାପାଖି ପ୍ରତିଦିନ ୪୨୦୦ ଭଳି ନମ୍ବର ଆସୁଥିଲା । ତେବେ ସେପ୍ଟେମ୍ବର ୨୫ ତାରିଖ ପରଠାରୁ ସଂକ୍ରମଣ ହାର କମିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ଯା ପାଖାପାଖି ୨ ହଜାରରୁ ୨୫୦୦ ମଝିରେ ରହୁଛି । ତେବେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା କମିନି । ଯାହାକି ଏକ ଭଲ ଟ୍ରେଣ୍ଡ . ମାତ୍ର ବର୍ଷା ଯୋଗୁଁ ସାମାନ୍ୟ ସାମ୍ପୁଲ କଲେକ୍ସନ କମିଥିଲା କିନ୍ତୁ ଏବେ ଟାର୍ଗେଟ ଦୈନିକ ୫୦ ହଜାର ପର୍ଯ୍ୟନ୍ତ ଟେଷ୍ଟ କରାଯିବ। ବର୍ତ୍ତମାନ ପଜିଟିଭିଟି ହାର ୫ ପ୍ରତିଶତରୁ କମ। ପୂଜା ଆସୁଛି ।ଏବେ ଅଧିକ ସତର୍କ ରହିବାକୁ ପଡିବ । ଲୋକ ଅବହେଳା କଲେ ସଂକ୍ରମଣ ବଢିବ। ଲୋକ ମାନେ ସଚେତନ ହୋଇଛନ୍ତି ଏଭଳି ଆଗକୁ ଜାରି ରଖିବାକୁ ପଡିବ। ମୃତ୍ୟୁହାର କିଛି ବଢୁଛି। କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କମ ରହୁଛି । ଶୀତ ଦିନରେ ଥଣ୍ଡା ହେଲେ ଇଂଫେକ୍ସନ ବଢିବାର ଚାନ୍ସ ରହିଛି।କରୋନା ଅନ୍ୟ ଡିଜିଜ ସହିତ ମିସିଲେ ବଢିବାର ଚାନ୍ସ ରହିଛି । ଭୁବନେଶ୍ୱରରେ ବି ସଂଖ୍ୟ କମିଛି ପୂର୍ବାପେକ୍ଷା।ଆଗକୁ କମିବା ବୋଲି ଆଶା କରାଯାଉଛି। କରୋନା ସମ୍ପୂର୍ଣ୍ଣ କମିବାର ଚାନ୍ସ ନାହିଁ । ସଂକ୍ରମଣ ହାର କମିବ। ଆଗରୁ ରିପୋର୍ଟ ଆସିବା ପାଇଁ ଅଧିକ ସମୟ ଲାଗୁଥିଲା ବର୍ତମାନ ୨୪ ରୁ ୪୮ ଘଣ୍ଟାରେ ରେଜଲ୍ଟ ଦିଆଯାଉଛି । ସେକେଣ୍ଡ ୱେଭ ଆସିବା ଭାଇରସ ର ଇଂଫେକ୍ତିଭିଟି ଉପରେ ନିର୍ଭର କରୁଛି।
ତାଜା ଖବର
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ।ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍