Quantum Mirror

ଆଇପିଏଲରେ ବିରଳ ରେକର୍ଡ: ଦ୍ୱିତୀୟ ସୁପର ଓଭରରେ ମୁମ୍ବାଇକୁ ମାତ୍ ଦେଇ ସଞ୍ଜିବନୀ ପାଇଲା କିଙ୍ଗ୍ସ ଏକାଦଶ ପଞ୍ଜାବ

ଆଇପିଏଲରେ ବିରଳ ରେକର୍ଡ: ଦ୍ୱିତୀୟ ସୁପର ଓଭରରେ ମୁମ୍ବାଇକୁ ମାତ୍ ଦେଇ ସଞ୍ଜିବନୀ ପାଇଲା କିଙ୍ଗ୍ସ ଏକାଦଶ ପଞ୍ଜାବ

ଦୁବାଇ ୧୯ ।୧୦:  କ୍ରିକେଟ୍ ପ୍ରେମୀ ଜବରଦସ୍ତ ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ କ୍ରିକେଟ୍ ଦେଖିବାକୁ ପାଇଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଥର ଗୋଟିଏ ଦିନରେ ତିନୋଟି ସୁପର ଓଭର ଦେଖିବାକୁ ମିଳିଛି। ଦିନର ପ୍ରଥମ ମ୍ୟାଚ୍‌ରେ ଗୋଟିଏ ସୁପର ଓଭର ହୋଇଥିବା ବେଳେ ମୁମ୍ବାଇ ଓ ପଞ୍ଜାବ ବିପକ୍ଷ ଦ୍ଵିତୀୟ ମ୍ୟାଚ୍‌ରେ ଦୁଇଟି ସୁପର ଓଭର ଖେଳାଯାଇଛି। ମ୍ୟାଚ୍‌ର ଫଇସଲା ପାଇଁ ଦୁଇଟି ଦୁଇଟି ସୁପର ଓଭରର ସାହାରା ନେବାକୁ ପଡିଥିଲା। ପ୍ରଥମେ ମ୍ୟାଚ୍‌ ଟାଇ ରହିବା ପରେ ସୁପର ଓଭର ଖେଳା ଯାଇଥିଲ। ଯଶପ୍ରୀତ ବୁମରା ବୋଲିଂ କରିଥିବା ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୫ ରନ କରିଥିଲା। ହେଲେ ପଞ୍ଜାବ ପକ୍ଷରୁ ସୁପର ଓଭର ଦେଇଥିବା ମହମ୍ମଦ ସାମି ରୋହିତ ଓ ଡିକକ୍‌ ଯୋଡିଙ୍କୁ ମଧ୍ୟ ୫ ରନରେ ସୀମିତ ରଖିଥିଲେ। ପ୍ରଥମ ସୁପର ଓଭର ଟାଇ ରହିବା ପରେ ଦ୍ଵିତୀୟ ସୁପର ଓଭର ଖେଳାଯାଇଥିଲା। ଦ୍ଵିତୀୟ ସୁପର ଓଭରରେ ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡ ବ୍ୟାଟିଂ କରିଥିଲେ। ମୁମ୍ବାଇ ୧୧ ରନ ସଂଗ୍ରହ କରିଥିବା ବେଳେ ପଞ୍ଜାବ ଏହି ଲକ୍ଷ୍ୟକୁ ହାସଲ କରି ଗୁରୁତ୍ଵପୂର୍ଣ୍ଣ ୨ ପଏଣ୍ଟ ହାସଲ କରିଛି।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×