ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଧାହାଣ୍ଡି ଘାଟି ରେ ଆଜି ଏକ ଅଟୋ ଓଲଟି ଦୁଇ ଜଣ ମହିଳା ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ସିନ୍ଧିପଡା ଗ୍ରାମର ଲୋକ ଏକ ଅଟୋ ଯୋଗେ ଚନ୍ଧା ହାଣ୍ଡି ବ୍ଲକ କରା ଡଙ୍ଗରି ଗ୍ରାମରେ ଏକ ଦଶାହ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଚନ୍ଧାହାଣ୍ଡି ଘାଟି ରେ ଅଟୋ ଭାରଶ୍ୟାମ ହରାଇ ଓଲଟି ଯାଇଥିଲା l ଘଟଣା ସ୍ଥଳରେ ହିଁ ୨ ଜଣ ମହିଳା ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ମହିଳା ଗୁରୁତର ହୋଇ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ଏବଂ ଅନ୍ୟ ଦଶ ଜଣ ସାମାନ୍ୟ ଆହତ ଅଛନ୍ତି ଓ ଏଥିରେ ୭ ଜଣ ଶିଶୁ ଥିବାର ସୂଚନା ମିଳୁଛି । ଗୋଟିଏ ଅଟୋ ରେ ୨୨ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଅଟୋରେ ଯାଉଥିବାରୁ ଘାଟି ରେ ଭାରଶ୍ୟାମ ହରାଇ ଓଲଟି ପଡିଥିଲା । ଘଟଣାକୁ ପୋଲିସ ତଦନ୍ତ ଜାରି ରଖିଛି l
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।