Quantum Mirror

ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି. ନାଗେଶ୍ଵର ରାଓଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି. ନାଗେଶ୍ଵର ରାଓଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ଗଜପତି : ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି. ନାଗେଶ୍ଵର ରାଓଙ୍କ ପାରଳାଖେମୁଣ୍ଡି ସ୍ଥିତ ରଧାଗୋବିନ୍ଦ ନଗର ଦ୍ବିତୀୟ ଲାଇନରେ ଭିଜିଲାନ୍ସ ଚଢ଼ାଉ। ବାସଭବନ ସମେତ ୬ଟି ସ୍ଥାନରେରେ ରେଡ ଚାଲିଥିବା ନେଇ ସୂଚନା ମିଳିଛି। ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ଥିତ ମିନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ମାନ ସୁଦ୍ଧା ୩୦ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଓ ସୁନା ମିଳିଥିବା ବେଳେ ଆନୁମାନିକ ୨କୋଟି ମୂଲ୍ୟବାନର ଘର ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଗାଡି ମିଳିଥିବା ନେଇ ସୂଚନା ମିଳିଥିବା ନେଇ ଜଣା ପଡ଼ିଛି । ପାରଳା ସହରର ବଡ଼ ବ୍ରାହ୍ମଣ ସାହି, ବେତାଗୁଡା, ଚିପୁରୁ ପଲ୍ଲୀ ସମେତ ୬ଟି ଜାଗାରେ ରେଡ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ରେଡ଼ ଜାରି ରହିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×