ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୧୨ରୁ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପର ରୂପ ନେବ । ଯାହାର ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଓ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଉପକୂଳ ଓଡିଶା ସହ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘଡଘଡି ବର୍ଷା ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ଽ ସେହିପରି ଆସନ୍ତାକାଲି ୨୦ ତାରିଖରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଽ ୨୨ ତାରିଖ ଯାଏଁ ଏପରି ବିକ୍ଷିପ୍ତ ଭାବେ ବିଶେଷ କରି ଦକ୍ଷୀଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ ସମୁଦ୍ର ଅଶାନ୍ତ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ରକୁ ପ୍ରବେଶ କରିବା ନେଇ ମସ୍ତ୍ରଜୀବୀଙ୍କୁ ବାରଣ କରାଯାଇଛି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |