ଭୁବନେଶ୍ୱର,୨୫ ।୧୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୬୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଢେଙ୍କାନାଳ, ସୁନ୍ଦରଗଡ, ବାଲେଶ୍ୱର, ଅନୁଗୁଳ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ମାଲକାନଗିରି, ପୁରୀ, କେନ୍ଦୁଝର, ଗଜପତି, ବରଗଡ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Regret to inform the demise of sixteen #COVID19 positive patients while under treatment in hospitals.
1.A 70-year old male of Ganjam district who was also suffering from Hypertension & Diabetes Mellitus.
2.A 62-year old male of Bhubaneswar who was also suffering from CKD.— H & FW Dept Odisha (@HFWOdisha) October 25, 2020