Quantum Mirror

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଡିଓ ରଶ୍ମିିରଞ୍ଜନ ମହନ୍ତଙ୍କ ସରକାରୀ ବାସଭବନରେ ବେକରେ ଚୁନରି ଲଗାଇ ଆତ୍ମହତ୍ୟା କରିଛନ୍ତିି ତାଙ୍କ ପତ୍ନୀ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଡିଓ ରଶ୍ମିିରଞ୍ଜନ ମହନ୍ତଙ୍କ ସରକାରୀ ବାସଭବନରେ ବେକରେ ଚୁନରି ଲଗାଇ ଆତ୍ମହତ୍ୟା କରିଛନ୍ତିି ତାଙ୍କ ପତ୍ନୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଡିଓ ରଶ୍ମିିରଞ୍ଜନ ମହନ୍ତଙ୍କ ସରକାରୀ ବାସଭବନରେ ବେକରେ ଚୁନରି ଲଗାଇ ଆତ୍ମହତ୍ୟା କରିଛନ୍ତିି ତାଙ୍କ ପତ୍ନୀ ସରିତା ସାମଲ(୩୧) । ବୁଧବାର ରାତି ପ୍ରାୟ ୮ଟା ୩୦ରେ କ୍ୱାର୍ଟର୍ସରେ ଥିବା ଏକ ଲୁହା ରଡ୍‌ରେ ଝୁଲୁଥିବା ଦେଖି ବିଡିଓ ତାଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖାନା ନେଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଫୁଲବାଣୀରେ ସରିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଫିରିଙ୍ଗିଆ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।୩ ବର୍ଷ ପୂର୍ବେ ରଶ୍ମିରଞ୍ଜନଙ୍କ ସହିତ ପ୍ରେମ ବିବାହ କରିଥିଲେ ସରିତା। ସେମାନଙ୍କର ଗୋଟିଏ ୨ ବର୍ଷର ଗୋଟିଏ ପୁଅ ଅଛି । ବିଡିଓ ବୁଧବାର କୌଣସି ଏକ ମିଟିଂରେ ଯୋଗଦେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫୁଲବାଣୀ ଆସିଥିଲେ। ସନ୍ଧ୍ୟାରେ ଘରେ ପହଞ୍ଚିବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଡିଓ ପୁଅକୁ ଧରି ବାହାରକୁ ବୁଲିବାକୁ ଆସିଥିଲେ। କିଛି ସମୟ ପରେ ସେ ଘରକୁ ଯାଇ ଦେଖିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା। ସେ ପତ୍ନୀଙ୍କୁ ଡାକିଥିଲେ। କବାଟ ଖୋଲିନଥିଲେ । କବାଟ ଫାଙ୍କରେ ତାଙ୍କ ପତ୍ନୀ ଝୁଲୁଥିବା ଦେଖି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×