Quantum Mirror

ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାଙ୍କୁ ୮ ଦିନଧରି ବାଥରୁମ୍‌ରେ ବନ୍ଦୀ ରଖି ଥିଲେ ପୁଅ-ବୋହୂ, ଝିଅ ଖୋଲି ଦେଲା ଅସଲ ମୁଖା

ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାଙ୍କୁ ୮ ଦିନଧରି ବାଥରୁମ୍‌ରେ ବନ୍ଦୀ ରଖି ଥିଲେ ପୁଅ-ବୋହୂ, ଝିଅ ଖୋଲି ଦେଲା ଅସଲ ମୁଖା

ଭୁବନେଶ୍ବର: ସମ୍ପତ୍ତି ଲୋଭରେ ଏତେ ନିଷ୍ଠୁର ହୋଇପାରେ ରକ୍ତର ସଂପର୍କ। ଭୋକ-ଉପାସରେ ରହି ପିଲାମାନଙ୍କୁ ବଡ କରିବା ପରେ ପରିଣତ ବୟସରେ ବାପାଙ୍କ ପ୍ରତି ପୁଅର ନିର୍ଯାତନା ଅସହ୍ୟ ହୋଇପଡିଛି। ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାଙ୍କୁ ୮ ଦିନ ଧରି ବାଥରୁମ୍‌ରେ ବନ୍ଦ କରି ରଖିଥିଲା ପୁଅ।ପୁଣି ତା ସାଙ୍ଗକୁ ମାଡ ଗାଳି ଦେଉଥିଲେ ପୁଅ-ବୋହୂ।ଏମିତି ଲଜ୍ଜାଜନକ ଘଟଣା କୌଣସି ଗ୍ରାମାଞ୍ଚଳରେ ନୁହେଁ ଖୋଦ୍ ରାଜଧାନରେ ଦେଖିବାକୁ ମିଳିଛି। ଭୁବନେଶ୍ବର ପଳାଶୁଣିରେ ନବଘନ ସେଠୀଙ୍କୁ ତାଙ୍କ ପୁଅ- ବୋହୂ ଏପରି ନିର୍ଯ୍ୟାତନା ଦେଉଥିଲେ। କେବଳ ସେତିକି ନୁହେଁ, ମାଡ଼ ମାରିବା ସହ ବୃଦ୍ଧଙ୍କୁ ଲଣ୍ଡା ମଧ୍ୟ କରି ଦେଇଥିଲେ।୮ ଦିନ କାଳ ବାପାଙ୍କୁ ଖାଇବା-ପିଇବାକୁ ନ ନେଇ ବାଥରୁମ୍‌ରେ ବନ୍ଦ କରିବା ରଖିବା ଘଟଣାକୁ ପଡୋଶୀ ଜାଣି ପାରିଥିଲେ।ଏ ସଂପର୍କରେ ବୃଦ୍ଧଙ୍କ ଝିଅଙ୍କୁ ଖବର ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ନବ ଘନଙ୍କ ନାମରେ ଥିବା ଏକ ଘରକୁ ପୁଅ – ବୋହୁଙ୍କ ନାମରେ କରାଇ ଦେବାକୁ ଚାପ ପକାଇଥିଲେ ପୁଅ-ବୋହୂ । ବୃଦ୍ଧ ଜଣକ ରାଜି ନହେବାରୁ ତାଙ୍କୁ ଏପରି ନିର୍ଯ୍ୟାତନା ଦେଇଛନ୍ତି ପୁଅ – ବୋହୁ । ବୃଦ୍ଧଙ୍କ ଝିଅ ପୋଲିସ୍ ଧରି ବାପାଙ୍କୁ ଉଦ୍ଧାର କରିଥିଲେ।ଏହି ଘଟଣାରେ ପୋଲିସ୍ ବର୍ତ୍ତମାନ ତଦନ୍ତ କରୁଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×