Quantum Mirror

ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ମୋବାଇଲ ଫୋନ ବଣ୍ଟନର ଶୁଭାରମ୍ଭ | ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଅଛି, ଏହାକୁ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ – ମୁଖ୍ୟମନ୍ତ୍ରୀ

ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ମୋବାଇଲ ଫୋନ ବଣ୍ଟନର ଶୁଭାରମ୍ଭ | ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଅଛି, ଏହାକୁ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ମୋବାଇଲ ଫୋନ ବଣ୍ଟନର ଶୁଭାରମ୍ଭ ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଅଛି, ଏହାକୁ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ – ମୁଖ୍ୟମନ୍ତ୍ରୀ ସ୍ବାଭିମାନ ଅଞ୍ଚଳ ପାଇଁ Special Packageର ପରିମାଣ ୨୧୫ କୋଟି ଟଙ୍କାକୁ ବୃଦ୍ଧି  ହିଂସା ଛାଡି ମୁଖ୍ୟଧାରାକୁ ଫେରିବାକୁ ବାମପନ୍ଥୀ ଉଗ୍ରବାଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ତା.17.11.20 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଡି ଡିଜିଟାଲ ପ୍ଲାଟଫର୍ମରେ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି “ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି । ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ”।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ smart phone ଯୋଗାଇଦେବେ । ମୋବାଇଲ ଫୋନ ଦ୍ବାରା ପିଲାଙ୍କ ଅନ୍‌ଲାଇନ ଶିକ୍ଷାରେ ସୁବିଧା ହେବା ସହିତ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡିବାରେ ସହାୟକ ହେବ ସେ କହିଥିଲେ । ସେ କହିଥିଲେ ଯେ ସ୍ବାଭିମାନ ଅଞ୍ଚଳରେ ୪ଟି Mobile tower ହୋଇଥିବା ବେଳେ 4G ସୁବିଧା ସହ ଆଉ ତିନୋଟି tower କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୮ ଜୁଲାଇ ମାସରେ ସେ ସ୍ବାଭିମାନ ଅଞ୍ଚଳକୁ ଯାଇ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରିଥିଲେ। ସେତେବେଳେ ସେ ୧୦୦ କୋଟି ଟଙ୍କାର special package ଘୋଷଣା କରିଥିଲେ । ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ।
ଏହି ପରିବର୍ଦ୍ଧିତ ପ୍ୟାକେଜରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ବାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ ଏବଂ ମିଶନ ଶକ୍ତିର ମା ମାନଙ୍କ ପାଇଁ exposure visitର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

ସ୍ବାଭିମାନ ଅଞ୍ଚଳରେ ଚାଲିଥିବା ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାଭିମାନ ଅଞ୍ଚଳରେ ହଳଦୀ ଚାଷ ପ୍ରତି ଲୋକଙ୍କ ଆଦର ଦେଖି ଏଠାରେ ଅଧିକ ହଳଦୀ ଚାଷ ପାଇଁ ବ୍ୟବସ୍ଥା ସହିତ processing ଏବଂ ବଜାର ସୃଷ୍ଟି ପାଇଁ branding ର ବ୍ୟବସ୍ଥା ମଧ୍ୟ କରାଯାଉଛି ।
ବିଜୁଳି ସେବା ପାଇଁ 33 x 11 kv ସବ୍‌ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ 11 kv 3 phase line connection ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗାଁ ଗାଁରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି 78 km ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହାସହିତ ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ ୨୫୦ଟି tube well କାମ ଶେଷ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।

ସ୍ବାଭିମାନ ଅଞ୍ଚଳରେ ଜଳସେଚନ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚରେ ୪୩ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ 419ଟି Cluster Deep Bore well କରାଯିବ ଏବଂ ଏହାଦ୍ବାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ସେ କହିଥିଲେ। ସ୍ବାଭିମାନ ଅଞ୍ଚଳର ୮୨ଟି ଅଙ୍ଗନବାଡି କେନ୍ଦ୍ର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ର କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ LWE cadre ମାନଙ୍କୁ ହିଂସା ଛାଡି ମୁଖ୍ୟଧାରାକୁ ଫେରି ଆସିବା ସହିତ ବିକାଶ କାମକୁ ଆଗେଇ ନେବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ଏହି ଅବସରରେ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିର ଓ ସ୍ବଚ୍ଛ ଶାସନ ଯୋଗୁ ଓଡିଶା ଆଜି ବିକାଶ କ୍ଷେତ୍ରରେ ବିଶ୍ବ ଦରବାରରେ ସୁନାମ କରିଛି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଚଳର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆସିଛି ବୋଲି ସେ କହିଥିଲେ । ନବରଙ୍ଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା ମଧ୍ୟ କାର୍ଯ୍ୟକ୍ରମରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସ୍ବାଭିମାନ ଅଞ୍ଚଳର କିଛି ଜନସାଧାରଣଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ସେମାନେ ସମସ୍ତେ କହିଥିଲେ ଯେ ଗୁରୁପ୍ରିୟା ସେତୁର ନିର୍ମାଣ ସହିତ ଅଞ୍ଚଳର ବିକାଶ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ସେମାନେ ଆଜି ସବୁପ୍ରକାର ସୁବିଧା ପାଇପାରୁଛନ୍ତି। ଗମନାଗମନର ସୁବିଧା ସହିତ ଘର, ଜମି, ଚାଉଳ, ମୋବାଇଲ ସବୁ ସୁବିଧା ସେମାନେ ଆଜି ପାଉଛନ୍ତି। ବାପା ମା ଜନ୍ମଦାତା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ କର୍ମଦାତା ବୋଲି ସେମାନେ ମତ ଦେଇଥିଲେ।

ଏହି ଅବସରରେ ସ୍ବାଭିମାନ ଅଞ୍ଚଳ ବିକାଶ ସଂପର୍କିତ ଏକ ଚଳଚ୍ଚିତ୍ର ପଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ସଚିବ, Bharat Infratel ର ରାଜ୍ୟ ମୁଖ୍ୟ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×