Quantum Mirror

ଆଜି ସ୍ବର୍ଗତ ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ

ଆଜି ସ୍ବର୍ଗତ ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧୀ ମାର୍ଗ ରେ ହରେକୃଷ୍ଣ ମହତାବ ସ୍ମୃତି କମିଟି ପକ୍ଷରୁ ତାଙ୍କର ୧୨୧ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ହୋଇଛି। ଏଥିରେ ରାଜ୍ୟ ର ବିଭିନ୍ନ ସ୍ଥାନରୁ ପାଇକ ଦଳ ରାଜରାସ୍ତାରେ କଳା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଦେଶ ପ୍ରତି ସ୍ବାଧୀନତା ସଂଗ୍ରାମୀ ମହତାବଙ୍କ ଅବଦାନ କୁ ମନେପକାଇଦିଲେ ଅତିଥି ମାନେ । ଉତ୍ସବରେ ବିଧାନସଭା ବାଚସ୍ପତି, ମନ୍ତ୍ରୀ ଅରୁଣ ସାହୁ ଙ୍କ ସମେତ ଅନେକ ରାଜନୈତିକ ଓ ବୁଦ୍ଧିଜୀବି ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ନିଜର ବାର୍ତ୍ତା ଦେଇଥିଲେ। ବିଧାୟକ ସୁର ରାଉତରାୟ ଏହି ଉତ୍ସବର ସଭା ପରିଚାଳନା କରିଥିଲେ। ଏହି ଅବସରରେ ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ ହେବା ସହ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×