Quantum Mirror

ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ

ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଗୃହରେ ବିରୋଧୀ ଦାବି କରିଛନ୍ତି । ରାଜ୍ୟରେ ୨୪ ଘଂଟା ଭିତରେ ସବୁ ମନ୍ଦିର ଖୋଲାଯାଉ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି। ମନ୍ଦିର ବନ୍ଦ ଯୋଗୁ ସେବାୟତ ଓ ପୂଜକ ହଇରାଣ ହେଉଛନ୍ତି । ଜୀବିକା ବାଧାପ୍ରାପ୍ତ ହେଉଛି I ସେପଟେ ବିଜେଡି କହିଛି ଦିଲ୍ଲୀ ମହାରାଷ୍ଟ୍ର ଭଳି ସ୍ଥିତି ଏଠି ନ ହେଉ। ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବେ ।

ତୁରନ୍ତ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଖୋଲାଯାଉ। ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଗୃହରେ ବିରୋଧୀ ଦାବି କରିଛନ୍ତି । ମନ୍ଦିର ଖୋଲିବା ନେଇ ହାତଯୋଡି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାଜ୍ୟରେ ୨୪ ଘଂଟା ଭିତରେ ସବୁ ମନ୍ଦିର ଖୋଲାଯାଉ । ମନ୍ଦିର ବନ୍ଦ ଯୋଗୁ ସେବାୟତ ଓ ପୂଜକ ହଇରାଣ ହେଉଛନ୍ତି । ଜୀବିକା ବାଧାପ୍ରାପ୍ତ ହେଉଛି ।ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ତାରା ବାହିନୀପତି । ସେଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ମନ୍ଦିର ଖୋଲିବା ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସରକାର ତୁରନ୍ତ ନିଷ୍ପତି ନିଅନ୍ତୁ। କୋଭିଡ ସ୍ଥିତିରେ ମହାରାଷ୍ଟ୍ର ସମେତ ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଅଛି ସେଠାରେ ମନ୍ଦିର ଖୋଲାଯାଇଛି । ହେଲେ ଓଡିଶାରେ କାହିଁକି ମନ୍ଦିର ଖୋଲିନି ବୋଲି ସେ ପ୍ରଶ୍ନ ହୋଇଛି ।

ସେପଟେ ମନ୍ଦିର ଖୋଲିବା ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀ ଗୃହରେ ମନ୍ତବ୍ୟ ରଖି କହିଛନ୍ତି ମନ୍ଦିର ଖୋଲିବା, ଦେବ ଦର୍ଶନ କରିବା ସହିତ ଭାବାବେଗ ଜଡିତ ଅଛି। କିନ୍ତୁ ବାସ୍ତବତା ବି ଦେଖିବାକୁ ପଡିବ। ମନ୍ଦିର ଖୋଲିବା ନେଇ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନକୁ ପଦକ୍ଷେପ ନେବାକୁ କୁହାଯାଇଛି। ଦିଲ୍ଲୀ ମହାରାଷ୍ଟ୍ର ଭଳି ସ୍ଥିତି ଏଠି ନ ହେଉ। ସ୍ଥିତି ଦେଖି ସରକାର ନିଷ୍ପତ୍ତି ନିଅନ୍ତୁ।

ସେପଟେ କରନା ପାଇଁ ଦୀର୍ଘ ଦିନ ହେବ ରାଜ୍ୟରେ ମନ୍ଦିର ବନ୍ଦ ରହିଛି। ମନ୍ଦିର ଖୋଲିବା ପାଇଁ ପୂଜକ ମାନେ ବିଭିନ ମନ୍ଦିର ସାମ୍ନାରେ ଘଣ୍ଟ ବାଡେଇ ପ୍ରତିବାଦ କରୁଥିବା ଦେଖିବାକୁ ମିଳୁଛି lସରକାର କେବେ ମନ୍ଦିର ଖୋଲିବା ପାଇଁ ନିଷ୍ପତି ନେଉଛନ୍ତି ଉପରେ ସମସ୍ତଙ୍କ ନଜର।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×