Quantum Mirror

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ବୁଧବାର ଏହି ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଥିବା ବେଳେ ସୋଆ ଏଥିରେ ଉଚ୍ଚତର ମାନ୍ୟତା  ପାଇଛି ।

ଗତବର୍ଷ ଏହି ର‌୍ୟାଙ୍କିଙ୍ଗ୍‌ରେ ସୋଆ ୪୦୧-୪୫୦ କ୍ୟାଟେଗୋରୀରେ ସ୍ଥାନ ପାଇଥିବା ବେଳେ ଚଳିତବର୍ଷ ୩୫୧ -୪୦୦ ବ୍ରାକେଟ୍‌ରେ ସ୍ଥାନ ପାଇଛି ।
ୟୁନାଇଟେଡ୍ କିଙ୍ଗଡମ୍‌ର କ୍ୱାକ୍‌କ୍ୟୁଆରେଲି ସାଇମଣ୍ଡସ୍ (କ୍ୟୁଏସ୍‌) ଏସିଆନ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ ପ୍ରତିବର୍ଷ ପ୍ରକାଶିତ ହୋଇଥାଏ ।  ଏସିଆର ୬୫୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା ।

ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫ୍ୟାକଲ୍ଟି ଛାତ୍ରଛାତ୍ରୀଙ୍କ ଅନୁପାତ, ଆନ୍ତର୍ଜାତିକ ଗବେଷଣା ନେଟୱର୍କ, ପିଏଚ୍‌ଡି ଲାଭ କରିଥିବା ଫ୍ୟାକଲ୍ଟି, ଫ୍ୟାକଲ୍ଟିଙ୍କ ଦ୍ୱାରା ସନ୍ଦର୍ଭ, ଆନ୍ତର୍ଜାତିକ ଫ୍ୟାକଲ୍ଟି, ଓ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ଇତ୍ୟାଦି ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥାଏ ।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆର୍‌ଏଫ୍‌)ରେ ବିଶ୍ୱବିଦ୍ୟାଳୟ ତାଲିକାରେ ଚଳିତବର୍ଷ ସୋଆ ଦେଶରେ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିସିନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୩ ତମ ସ୍ଥାନ ଓ ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୪ ତମ ସ୍ଥାନ ହାସଲ କରିଛି । ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଦେଶରେ ୧୨ତମ ସ୍ଥାନ ହାସଲ କରିଛି |

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×