Quantum Mirror

ଆର୍ଜେଣ୍ଟିନାର ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ପରଲୋକ । ୬୦ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ

ଆର୍ଜେଣ୍ଟିନାର ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ପରଲୋକ । ୬୦ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ

ନୂଆଦିଲ୍ଲୀ : ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନିକଟରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ୧୧ ନଭେମ୍ବରରେ ଡିସଚାର୍ଜ କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ବୁଧବାର ମୃତ୍ୟୁ ହୋଇଯାଇଛି। ତାଙ୍କର ମୃତ୍ୟୁ ଖବର ଶୁଣି ଖେଳ ଜଗତରେ ଶୋକର ଛାୟା ଖେଳି ଯାଇଛି ।

୧୯୭୬ ମସିହାରେ ମାରାଡୋନା ଫୁଟ୍‌ବଲ୍‌ ଦୁନିଆରେ ପାଦ ଥାପିଥିଲେ। ତାଙ୍କ ଅଧିନାୟକତ୍ୱରେ ୧୯୮୬ ମସିହାରେ ବିଶ୍ୱକପ୍‌ ଫୁଟ୍‌ବଲ୍‌ ଚାମ୍ପିୟନ ହୋଇଥିଲା ଆର୍ଜେଣ୍ଟିନା। ଏଥିରେ ମାରାଡୋନାଙ୍କ ପ୍ରମୁଖ ଭୁମିକା ରହିଥିଲା। ଫୁଟବଲ୍ ଦୁନିଆର ସବୁଠାରୁ ଚର୍ଚ୍ଚିତ ଚେହେରା ଏବଂ ବିବାଦୀୟ ନାମ ମଧ୍ୟରୁ ମାରାଡୋନା ଅନ୍ୟତମ। ସେ ଆର୍ଜେଣ୍ଟିନା ଫୁଟବଲ ଦଳ ପାଇଁ ମଧ୍ୟ ପ୍ରଶିକ୍ଷକ ଥିଲେ।

ସେ ୧୯୯୭ ମସିହାରେ ତାଙ୍କର ୩୭ ତମ ଜନ୍ମଦିନ ଅବସରରେ ପୁଣି ଥରେ ନିଜର ଖେଳ ଆରମ୍ଭ କରି ଆର୍ଜେଣ୍ଟିନା ଜଏଣ୍ଟସ୍ ବୋକା ଜୁନିଅର୍ସରେ ଖେଳି ସବୁଦିନ ପାଇଁ ପେସାଦାର ଫୁଟବଲ ଖେଳରୁ ଅବସର ନେଇଥିଲେ।ପରବର୍ତ୍ତୀ ସମୟରେ ସେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ମେକ୍ସିକୋରେ ଦଳ ପରିଚାଳନା ଦାୟିତ୍ବରେ ଥିଲେ । ସେ ମୃତ୍ୟୁ ବେଳକୁ ଆର୍ଜେଣ୍ଟିନାର ସର୍ବୋଚ୍ଚ ବିମାନରେ ଜିମନାସିଆ ୟ ଏସଗ୍ରିମାର ଦାୟିତ୍ବରେ ଥିଲେ।ତେବେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ତିନି ଦିନିଆ ଜାତୀୟ ଶୋକ ଦିବସ ପାଳନ ପାଇଁ ଘୋଷଣା କରିଛନ୍ତି ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×