Quantum Mirror

ମଦଲାଇସେନ୍ସ ପାଇଁ ହବ ଲଟେରି- ହଜାରେ ମଦଦୋକାନ ପାଇଁ ୧୯ ହଜାର କଲେ ଆବେଦନ

ମଦଲାଇସେନ୍ସ ପାଇଁ ହବ ଲଟେରି- ହଜାରେ ମଦଦୋକାନ ପାଇଁ ୧୯ ହଜାର କଲେ ଆବେଦନ

ଭୁବନେଶ୍ୱର,୨।୪ : ରାଜ୍ୟ ସରକାର ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ୧୫ ବର୍ଷ ଧରି ମଦ ଦୋକାନଗୁଡ଼ିକର ନବୀକରଣ କରାଯାଉଥିଲା । ଫଳରେ ୨୦୦୫ ମସିହା ପରଠାରୁ ନୂଆ ବ୍ୟବସାୟୀ ମଦ ବ୍ୟବସାୟ କରିପାରୁନଥିଲେ । ତେଣୁ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ସରକାର ମଦ ଦୋକାନ ପାଇଁ ଲଟେରି ବ୍ୟବସ୍ଥା କରିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ସରକାରଙ୍କ ପକ୍ଷରୁ ମୋଟ ୧୨୯୭ଟି ମଦ ଦୋକାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏଥିପାଇଁ ମୋଟ ୧୯ ହଜାର ୪୧୬ ଜଣ ଆବେଦନ କରିଥିବା ଜଣାପଡ଼ିଛି । ୨୭ଟି ଜିଲ୍ଲାରେ ଆବେଦନ ସମୟ ସମାପ୍ତ ହୋଇଥିବା ବେଳେ କଟକ ଓ ଅନ୍ୟ ଜିଲ୍ଲା ପାଇଁ ଏପ୍ରିଲ ୩ ତାରିଖ ଶେଷ ତାରିଖ ରହିଛି । ତେବେ ଏପ୍ରିଲ ୯ ତାରିଖ ସୁଦ୍ଧା ଲଟେରି ଉଠିବ ଓ ୧୫ ସୁଦ୍ଧା ଦୋକାନୀ ମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×