Quantum Mirror

ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ରାଜ୍ୟବାସୀଙ୍କୁ କେଉଁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ରହିଛି ସମସ୍ତଙ୍କ ନଜର । ରାଜ୍ୟରେ ଲଗାତାର ବଢାଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମ ପାଳିବାକୁ କହିପାରନ୍ତି ମୁଖ୍ୟମନ୍ତ୍ରୀ । ଏଣେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି ।ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କର ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଓଡ଼ିଶାକୁ ୧୦ ଦିନର ଆଗୁଆ ଟିକା ଦେବା ପାଇଁ ସେ ଅନୁରୋଧ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ସଫଳତାର ସହ ଟିକାକରଣ କରାଯାଇଛି । ପ୍ରତିଦିନ ଏବେ ଅଢ଼େଇ ଲକ୍ଷରୁ ଅଧିକ ଟିକାକରଣ କରାଯାଉଛି ।କେନ୍ଦ୍ରକୁ ବାରମ୍ବାର ଅନୁରୋଧ ସତ୍ତ୍ବେ ପର୍ଯ୍ୟାପ୍ତ ପରିମାଣର ଟିକା ମିଳୁନାହିଁ । ରାଜ୍ୟରେ ଯଥେଷ୍ଟ ଟିକା ନଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି । କୋଭିଡର ନୂଆ ଲହରକୁ ଦେଖି ୨୦୨୧-୨୨ ପାଇଁ କେନ୍ଦ୍ରକୁ ୩୦୦ କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୨୦-୨୦୨୧ରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ୪ ଶହ କୋଟି ମାଗିଥିଲା । ହେଲେ ଓଡ଼ିଶାକୁ ମାତ୍ର ୧୪୬ କୋଟି ଟଙ୍କା ମିଳିଥିଲା

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×