Quantum Mirror

ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖିବା ର କାରଣ

ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖିବା ର କାରଣ

– ସପ୍ନରେ ଯଦି ଆପଣ ପୂର୍ବପୁରୁଷଙ୍କୁ ମିଠା ବାଣ୍ଟୁ ଥିବା , ମିଠା ଖାଉଥିବା କିମ୍ବା ଆପଣଙ୍କୁ ମିଠା ଖୁଆଉଥିବା ଦେଖିଲେ, ତେବେ ଏହା ମାଙ୍ଗଳିକ ଓ ଶୁଭ କାର୍ଯ୍ୟର ସୂଚନା ଦେଇଥାଏ ଅଥବା ଆଣିଥାଏ। ବିଶେଷ କରି ଘରେ ବିବାହ ଓ ସନ୍ତାନ ଆସିବା ପୂର୍ବରୁ ଏଭଳି ସ୍ୱପ୍ନ ଦେଖାଯାଏ।
– ଯଦି ଆପଣ ସ୍ୱପ୍ନରେ ଆପଣଙ୍କ ପିତୃପୁରୁଷଙ୍କୁ ହସୁଥିବାର ଦେଖୁଛନ୍ତି, ତେବେ ଜାଣିବେ ଏହାର ଅର୍ଥ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ। ପୂର୍ବପୁରୁଷଙ୍କ କୃପା ଆପଣଙ୍କ ଉପରେ ରହିବା ସହ ସୁଖସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ। ଆପଣଙ୍କ ଉପରେ ସେ ପ୍ରସନ୍ନ ରହିଛନ୍ତି ବୋଲି କୁହାଯାଏ।
– ସ୍ୱପ୍ନରେ ଯଦି ପୂର୍ବପୁରୁଷ ଆପଣଙ୍କ ସହ କଥା ହେଉଥିବାର ଦେଖୁଛନ୍ତି , ତେବେ ଏହାର ଅର୍ଥ ସେ ଆପଣଙ୍କ ଭବିଷ୍ୟତରେ ଘଟିବାକୁ ଯାଉଥିବା କିଛି ଘଟଣା ବିଷୟରେ ଆପଣଙ୍କୁ ଅବଗତ କରିବା ସହ ଏଥିରୁ ରକ୍ଷା ପାଇବାକୁ ପୂର୍ବ ସୂଚନା ଦେଉଛନ୍ତି।
– ସ୍ୱପ୍ନରେ ଯଦି ପୂର୍ବପୁରୁଷ ଆପଣଙ୍କ ଉପରେ କ୍ରୋଧ କରିବା ଦେଖୁଛନ୍ତି ; ତେବେ ଏହାର ଅର୍ଥ ସେ ଆପଣଙ୍କ ଉପରେ ପ୍ରସନ୍ନ ନାହାନ୍ତି। ଯେଉଁ ଘରେ ପିତୃଦୋଷ ଥାଏ ସେହି ଘରେ ଏଭଳି ସ୍ୱପ୍ନ ଅଧିକ ଆସିଥାଏ ବୋଲି ମଧ୍ୟ କୁହାଯାଏ।
– ସ୍ୱପ୍ନରେ ପୂର୍ବପୁରୁଷ ଯଦି ଆପଣଙ୍କ ମୁଣ୍ଡର କେଶକୁ ସଜାଜୁଛନ୍ତି ଅଥବା କେଶ ସହ ଜଡ଼ିତ କୌଣସି କାର୍ଯ୍ୟ ଦେଖୁଛନ୍ତି ତେବେ ଏହାର ଅର୍ଥ ତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। ଏହାସହ ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×