Quantum Mirror

ପିପିଲି କଂଗ୍ରେସ ପ୍ରାର୍ଥୀଙ୍କୁ ହେଲା କରୋନା

ପିପିଲି କଂଗ୍ରେସ ପ୍ରାର୍ଥୀଙ୍କୁ ହେଲା କରୋନା

ପିପିଲି,୧୦।୪: ରାଜ୍ୟରେ କରୋନା ମହାମାରୀ ପୁଣି ବଢି ଚାଲିଥିବା ବେଳେ ପିପିଲି ଉପନିର୍ବାଚନ ବି ଏଥିରୁ ବାଦ୍ ପଡିନି । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆସିଛି ବଡ ଖବର । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜ ଆଜି କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଅଜିତ ନିଜେ ସୂଚନା ଦେଇଛନ୍ତି ।ତେବେ ଦଳର ଭଲ ପ୍ରଦର୍ଶନ ପାଇଁ କାମ କରିବାକୁ ସେ କର୍ମୀମାନଙ୍କୁ ନିବେଦନ କରିଛନ୍ତି । ଏହା ସହ କୌଣସି ଗୁଜବ ପ୍ରଚାର ନକରିବାକୁ ଅଜିତ୍ ଅପିଲ କରିଛନ୍ତି । କିପରି ଦଳ ଭଲ ପ୍ରଦର୍ଶନ କରିବ, ସେନେଇ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । କରୋନାରୁ ସୁସ୍ଥ ହୋଇ ଶୀଘ୍ର ଫେରିବେ ବୋଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କହିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×