Quantum Mirror

କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର : ଆଜି କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ୍ ବୈଠକ । ବୈଠକରେ ବାଗଚୀ-ଶଙ୍କର କ୍ୟାନସର ହସ୍ପିଟାଲକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏଥିପାଇଁ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସସ୍ମିତା ବାଗଚୀ ୨ ଶହ ୧୦ କୋଟି ଟଙ୍କା ସହାୟତା କରିବେ । ଏହି କ୍ୟାନସର ହସ୍ପିଟାଲ ପାଇଁ ୨୦ ଏକରର ଜମି ପ୍ରଦାନ କରିବେ ରାଜ୍ୟ ସରକାର । ଚିକିତ୍ସାଳୟଟରି କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ ହୋଇଯିବ । ପ୍ରଥମେ ଚିକିତ୍ସଳୟଟି ୨୫୦ଟି ଶଯ୍ୟାରେ ଆରମ୍ଭ ହେବା । ପରେ ଏହାର ଶଯ୍ୟା ସଂଖ୍ୟା ୫ ଶହକୁ ବୃଦ୍ଧି କରାଯିବ ।ସେହିଭଳି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ଅନୁମତି ମିଳିଛି । ଏହାସହ ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ୧୩୦ କୋଟି ଟଙ୍କା ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହାବ୍ୟତୀତ ଜିଲ୍ଲା ଜଜ କ୍ୟାଡ଼ର ନିଯୁକ୍ତି ପ୍ରକ୍ରିିୟାକୁ ସରଳ କରାଯିବ ସହିତ ନିଯୁୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତି ସ୍ଥିର କରିବା ପାଇଁ ଓଏସଜେଏସ ଏବଂ ଓଜେଏସ ନିୟମକୁ ସଂଶୋଧନ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ୱାରା ନିଯୁକ୍ତି ବର୍ଷ ଅଗଷ୍ଟ ୧ ପରୀବର୍ତ୍ତେ ଏପ୍ରିଲ ୧ ତାରିଖରୁ ଗଣାଯିବ । ସେହିପରି ଓଡ଼ିଶା ଖଣିଜ ପଦାର୍ଥ ଅଧିନିୟମ ୨୦୦୭ର ପରିବର୍ଦ୍ଧିତ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଚୋରୀ, ବେଆଇନ୍ କାରବାର ନିରାକରଣ ସଂଶୋଧନ ୨୦୨୧କୁ ଏଥିରେ ମଧ୍ୟ ଅନୁମୋଦନ କରାଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×