ମହମାରୀ କରୋନା ପାଇଁ ଗତବର୍ଷ ଠାରୁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଅନୁଷ୍ଠିତ ହେବ ବୋଲ ଆୟୋଜକମାନେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯେମିତି ହେଲେ ବି ଅଲିମ୍ପିକ୍ସ ଆୟୋଜନ କରାଯିବ ଓ ଏହାକୁ ବାତିଲ କରାଯିବ ନାହିଁ ବୋଲି ଆୟୋଜକ ସଂସ୍ଥା କହିଛି। ଆୟୋଜିକ କମିଟିର ସଭାପତି ସେଇକୋ ହାଶିମୋଟୋ କହିଛନ୍ତି, “ବର୍ତ୍ତମାନ ଅନେକ ଲୋକ ବିଭିନ୍ନ ବିଷୟକୁ ନେଇ ଚିନ୍ତା କରୁଛନ୍ତି। ଆମେ ମଧ୍ୟ ସବୁ ବିଷୟରେ ଚିନ୍ତା କରୁଛୁ। ହେଲେ ଟୋକିଓ ଅଲିମ୍ପିକ୍ସ କମିଟିର ସଦସ୍ୟମାନେ କ୍ରୀଡ଼ା ବାତିଲ କରିବା ପାଇଁ ଆଦୌ ଚିନ୍ତା କରିନାହାନ୍ତି। ଏହାକୁ ସଫଳତାର ସହ ଆୟୋଜନ କରିବାକୁ ଉଦ୍ୟମ ଜାରି ରହିଛି।” ସୂଚନା ଅନୁସାରେ ଗତବର୍ଷ ଅଲମ୍ପିକ୍ସ ପୂର୍ବରୁ ସମଗ୍ର ଦେଶରେ କରୋନା ମହାମାରୀ ବ୍ୟାପି ଯାଇଥିଲା । ଏନେଇ ମାର୍ଚ୍ଚ ମାସରେ ଆମ୍ଭ ହେବାକୁ ଥିବା ଅଲିମ୍ପିକ୍ସ ଏକ ବର୍ଷ ପାଇଁ ସ୍ଥଗିତ ହୋଇଥିଲା । ଅନ୍ୟପଟେ ଜୁଲାଇ ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।