Quantum Mirror

ଆଜି ରାଜଧାନୀରେ ୫୮୧ ପଜିଟିଭ୍ ୪୭୦ ଲୋକାଲ୍ କେସ୍

ଆଜି ରାଜଧାନୀରେ ୫୮୧ ପଜିଟିଭ୍ ୪୭୦ ଲୋକାଲ୍ କେସ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି। ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୮୧ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୧୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୭୦ । ପ୍ରତିଦିନ ଭୁବନେଶ୍ବରରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହାର ପ୍ରାୟ ୭୦ ଭାଗ ଲୋକାଲ୍ କେସ୍। ଏତେ ପରିମାଣର ଲୋକାଲ୍ କେସ୍ ଚିହ୍ନଟ ହେବା ଚିନ୍ତା ସୃଷ୍ଟି କରିଛି। ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ପଟିଆରୁ ୩୮ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୩୫, ଖଣ୍ଡଗିରିରୁ ୨୯, ଟଙ୍କପାଣି ରୋଡରୁ ୨୬, ନୟାପଲ୍ଲୀରୁ ୨୪, ଚନ୍ଦ୍ରଶେଖରପୁରରୁ ୨୨, ଆଇଗିଣିଆରୁ ୧୯ ଜଣ ଅଛନ୍ତି । ସେହିପରି ରସୁଲଗଡରୁ ୧୫ ଜଣ ଥିବା ବେଳେ, ମଞ୍ଚେଶ୍ବରରୁ ୧୧, ଆଚାର୍ଯ୍ୟବିହାର ୯, ୟୁନିଟ -୯, ବଡ଼ଗଡ଼, ନିଳାଦ୍ରୀବିହାରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୯ ଜଣ ଥିବା ବେଳେ, ବରମୁଣ୍ଡାରୁ ୮ ଜଣ, ବମିଖାଲ ଓ ଚନ୍ଦ୍ରଶେଖରପୁର, ଟଙ୍କପାଣି ରୋଡରୁ ୬ ଜଣ ଲେଖାଏଁ, ପଟିଆରୁ ୫ ଜଣ, ନୟାପଲ୍ଲୀରୁ ୪ ଜଣ, ଡମଣା ଓ ପୋଖରୀପୁଟରୁ ୩ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ୟ୍ୟନ୍ତ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ୩୬ ହଜାର ୭୨୮ରେ ପହଞ୍ଚିଥିବା ବେଳେ, ୨୫୦ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୩୩ ହଜାର ୨୦୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ବାକି ୩୨୪୯ ଜଣଙ୍କ ଚିକିତ୍ସା ଚାଲିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×