Quantum Mirror

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍ ଭି ରମନା

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍ ଭି ରମନା

ନୂଆଦିଲ୍ଲୀ: ଜଷ୍ଟିସ୍ ଏନ୍ ଭି ରମନା ଆଜି ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଭାବେ| ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍ ଭି ରମନା ।ଆଜି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଛନ୍ତି । ସେ ଆସନ୍ତା ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ ଏ ବୋବଡେ ଗତକାଲି ଅବସର ଗ୍ରହଣ କରିବା ପରେ ଆଜି ମୁଖ୍ୟ ବିଚାରପତି ଭାବେ ନବ ନିଯୁକ୍ତ ହୋଇଥିବା ଜଷ୍ଟିସ ଏନ ଭି ରମନା ଶପଥ ଗ୍ରହଣ କରିଛନ୍ତି ।

ସୂଚନା ଅନୁଯାୟୀ, ଜଷ୍ଟିସ୍ ବୋବ୍‌ଡେ ୨୦୧୩ ଏପ୍ରିଲ ୧୨ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହାସହ ସେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ରୂପେ ୨୦୧୯ ନଭେମ୍ବର ୧୪ ରେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୪ ମାସର କାର୍ଯ୍ୟକାଳ ଭିତରେ ସେ ଇ-କୋର୍ଟ ଭର୍ଚୁଆଲ ଶୁଣାଣି, କୃଷି ବିଲ୍ ବିବାଦରେ ସ୍ୱତନ୍ତ୍ର କମିଟି ଗଠନ, ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା,ପୂର୍ବତନ ପ୍ରଧାନ ବିଚାରପତିଙ୍କ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି |

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×