ନୂଆଦିଲ୍ଲୀ: ଆସନ୍ତା ଏକ ମାସ ମଧ୍ୟରେ ଦିଲ୍ଲୀରେ ସ୍ଥାପନ ହେବ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ। କେଜ୍ରିୱାଲ ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନର ଅଭାବ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନର ତୀବ୍ର ଅଭାବ ମଧ୍ୟ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଅକ୍ସିଜେନ ଅଭାବରୁ ବହୁ କରୋନା ରୋଗୀଙ୍କ ଜୀବନ ମଧ୍ଯ ଚାଲିଜାଇଛି। ଏହାରି ମଧ୍ୟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।ସେ କହିଛନ୍ତି ଯେ, ଏଠାରେ ଟ୍ୟାଙ୍କରର ଅଭାବ ରହିଛି ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କକରୁ ୧୮ ଟି ଟ୍ୟାଙ୍କର ଆମଦାନୀ କରାଯାଉଛି। ସେ ଆହୁରି କହିଛନ୍ତି ଯେ ଫ୍ରାନ୍ସରୁ ୨୧ ଟି ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଅକ୍ସିଜେନ ପ୍ଲାଣ୍ଟ ଆମଦାନୀ ହେଉଛି। କେନ୍ଦ୍ର ଦ୍ୱାରା ଆଠଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ଏବଂ ଆସନ୍ତା ଏକ ମାସ ମଧ୍ୟରେ ଦିଲ୍ଲୀ ସରକାର ୩୬ ଟି ପ୍ରତିଷ୍ଠା କରିବେ।କେଜ୍ରିୱାଲ କହିଛନ୍ତି, ଗତ ସପ୍ତାହରେ ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇଛି, ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |