Quantum Mirror

ଆଜିଠୁ ଭୁବନେଶ୍ୱରର କ୍ୟାପିଟଲ ହସ୍ପିଟାଲରୁ ଗଡିଲା କୋଭିଡ୍ ପରୀକ୍ଷା ଭ୍ୟାନ୍

ଆଜିଠୁ ଭୁବନେଶ୍ୱରର କ୍ୟାପିଟଲ ହସ୍ପିଟାଲରୁ ଗଡିଲା କୋଭିଡ୍ ପରୀକ୍ଷା ଭ୍ୟାନ୍

ଭୁବନେଶ୍ୱର୨୮: ରାଜଧାନୀର ଘରେ ଘରେ ବୁଲି କୋଭିଡ୍ ଟେଷ୍ଟ କରିବ ଏହି ଭ୍ୟାନ୍।ରାଜଧାନୀରେ ଗଡିଲା କୋଭିଡ୍ ଭ୍ୟାନ୍ । ଭ୍ୟାନଟିରେ ଦୈନିକ ୫୦୦ ଜଣଙ୍କର କୋଭିଡ୍ ଟେଷ୍ଟ କରିବାର କ୍ଷମତା ରହିଛି । ଗାଡିର ଗୋଟିଏ ପଟେ ପଞ୍ଜିକରଣ ଏବଂ ଅନ୍ୟପଟେରେ ହେବ ପରୀକ୍ଷା । ସେପଟେ ରାଜଧାନୀ ଭୁବନେଶ୍ୱରରେ ସାଂଘାତିକ ହେବାରେ ଲାଗିଛି କୋଭିଡ୍ ସ୍ଥିତି । ଦୈନିକ ରେକର୍ଡ ସଂଖ୍ୟକ ସଂକମ୍ରିତ ଚିହ୍ନଟ ହେଉଛନ୍ତି । ଏହାପରେ ବି ରାଜଧାନୀବାସୀ ସାବଧାନତା ଅବଲମ୍ବନ କରୁନାହାନ୍ତି । ଯାହାର ଫଳସ୍ୱରୁପ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦୦ ମୁହାଁ ହେବାକୁ ବସିଲାଣି ।ତେବେ ଗତକାଲି ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ନୁଆ ସଂକମ୍ରିତ ସଂଖ୍ୟା ୭୭୩ ରହିଥିଲା । ସେଥିମଧ୍ୟରୁ କ୍ୱାରେନଣ୍ଟାଇନରୁ ୧୪୦ ରହିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ୬୩୨ ରହିଥିଲା । ଲଗାତର ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୮୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିପାରେ ବୋଲି ଆଶଙ୍କା କରାଯାଉଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×