ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି। ରାଜ୍ୟର ଏହି ପ୍ରମୁଖ ଦୁଇ ସହରରେ ଏବେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ କହିଛନ୍ତି। ରାଜଧାନୀ ଭୁବନେଶ୍ଵରରେ ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିଲାଗି ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ବୁଧବାର ରାଜ୍ୟରେ ୮ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିବା ଏହା ସୂଚାଉଛି। ତେବେ ସଂକ୍ରମିତଙ୍କୁ ଚିକିତ୍ସା ଲାଗି ରାଜ୍ୟ ପ୍ରସ୍ତୁତ ରହିଛି। କରୋନା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି ଯେଉଁଠି ଆବଶ୍ୟକ ବେଡ୍ ସଂଖ୍ୟା ବଢ଼ାଯାଉଛି ବୋଲି ସେ କହିଛନ୍ତି। ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଦରକାର ବୋଲି କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। ରଖିଛନ୍ତି। ସେ ଆହୁରି କହିଛନ୍ତି ଭୁବନେଶ୍ୱରରେ କଟକଣା ଅଧିକ ରହିବା ଦରକାର, ନଚେତ୍ ସ୍ଥିତି ଅସମ୍ଭାଳ ହେବ। ପରିବା, ମାଛ ମାର୍କେଟ ଓ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ବୋଲି ମଧ୍ୟ ସେ କହିଛନ୍ତି।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |