ଡାକ୍ତର ମୃତ ଘୋଷଣା କରିଥିଲେ, ଜୁଇରେ ଜଳିବା ପୂର୍ବରୁ ଫେରିଆସିଲା ଜୀବନ, ପରେ ପୁଣି…
ଡାକ୍ତର ମୃତ ଘୋଷଣା କରିଥିଲେ, ଜୁଇରେ ଜଳିବା ପୂର୍ବରୁ ଫେରିଆସିଲା ଜୀବନ, ପରେ ପୁଣି…
ରାଇପୁର ୨୯/୪: ଡାକ୍ତର ମୃତ ଘୋଷଣା କରିବା ପରେ ବଞ୍ଚିଗଲେ ବୃଦ୍ଧା। ଜୁଇରେ ଜଳିଯିବା ଆଗରୁ ବୃଦ୍ଧା ଉଠିପଡ଼ିଥିଲେ। କଥାରେ ଅଛି ‘ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନନେଇ ପାରେ ଜନ୍ତୁରାଣ’। ଏହା ପଛରେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରାଯାଉଛି । ଡାକ୍ତରଖାନାରେ ବୃଦ୍ଧାଙ୍କୁ ପରୀକ୍ଷା ନକରି ଡାକ୍ତର ମୃତ ଘୋଷଣା କରିବା ପରେ ସେ ଜୁଇରୁ ଜୀଁ ଉଠିଥିଲେ । ଏହି ଘଟଣାଟି ଛତିଶଗଡ଼ ରାଜଧାନୀ ରାଇପୁରରେ ଘଟିଛି। ରାଇପୁରର ସବୁଠୁ ବଡ଼ ହସ୍ପିଟାଲ ମେକାହାରାରେ ଡାକ୍ତର ୭୨ ବର୍ଷୀୟା ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଶବ ସତ୍କାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ବୃଦ୍ଧାଙ୍କୁ ଜୁଇରେ ଶୋଆଇବା ପରେ ସେ ଉଠି ପଡ଼ିଥିଲେ । ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ହସ୍ପିଟାଲର ଡାକ୍ତର ଯଦି ପୂର୍ବରୁ ସଠିକ୍ ଭାବେ ଯାଞ୍ଜ କରିଥାନ୍ତେ ତେବେ ବୃଦ୍ଧାଜଣଙ୍କ ବଞ୍ଚିଯାଇଥାନ୍ତେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।