Quantum Mirror

ଡାକ୍ତର ବି ହାରିଦେଲା ନିଜର ଜୀବନ କରୋନାରେ ହେଉଥିବା ମୃତ୍ୟୁକୁ ଦେଖି

ଡାକ୍ତର ବି ହାରିଦେଲା ନିଜର ଜୀବନ କରୋନାରେ ହେଉଥିବା ମୃତ୍ୟୁକୁ ଦେଖି

ନୂଆଦିଲ୍ଲୀ ୦୧।୦୫: . ବିବେକରାୟ ଗତ ଏକ ମାସ ହେବ ଘରୋଇ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ଚିକିତ୍ସା କରୁଥିଲେ। ପୂର୍ବତନ ଆଇଏମଏ ପ୍ରମୁଖ . ଓ୍ଵାଙ୍ଖେଡକର କହିଛନ୍ତି, ସେ ପ୍ରତିଦିନ ସାତରୁ ଆଠ ଗୁରୁତର ରୋଗୀଙ୍କ ଚିକିତ୍ସା କରୁଥିଲେ। ହେଲେ କରୋନାର ଦ୍ଵିତୀୟ ଲହରରେ ସେ ନିଜ ସାମ୍ନାରେ ଚିକିତ୍ସା କରୁଥିବା ରୋଗୀଙ୍କୁ ମରୁଥିବା ଦେଖୁଥିଲେ। ଶେଷରେ ସେ ମାନସିକ ଚାପର ଶିକାର ହୋଇଥିଲେ।କରୋନା ମହାମାରୀର ଦ୍ଵିତୀୟ ଲହର ମଧ୍ୟରେ ପ୍ରତି ଦିନ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟୁଛି। ହସ୍ପିଟାଲରେ ୨୪ ଘଣ୍ଟା କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ବିଷୟରେ ଥରେ ଚିନ୍ତା କରି ଦେଖନ୍ତୁ, ଯେଉଁମାନେ ଦିନ ରାତି ଏକ କରି ସେବା କରୁଥିବା ଆକ୍ରାନ୍ତଙ୍କ ମୃତ୍ୟୁକୁ ନିଜ ସାମ୍ନାରେ ଦେଖୁଛନ୍ତି। ସେମାନେ କେଉଁ ମାନସିକ ପୀଡା ଦେଇ ଗତ କରୁଥିବେ କେବେ କେହି କଣ ଚିନ୍ତା କରିଛନ୍ତି। ଏମିତି ଗମ୍ଭୀର ମାନସିକ କାରଣରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଡାକ୍ତର ବିବେକ ରୟ ନିଜ ଜୀବନ ଲୀଳା ସମାପ୍ତ କରି ଦେଇଛନ୍ତି। ନିଜ ଆଖି ଆଗରେ ଲୋକଙ୍କୁ ମରୁଥିବା ଦେଖି ସେ ଭାଙ୍ଗି ପଡିଥିଲେ।ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ପୂର୍ବତନ ପ୍ରମୁଖ . ରବି ଓ୍ଵାଙ୍ଖେଡକର ଟ୍ଵିଟ୍ କରିଛନ୍ତି ଯେ, . ବିବେକରାୟ ଗୋରଖପୁରର ଜଣେ ବହୁତ ଭଲ ଡାକ୍ତର ଥିଲେ। ମହାମାରୀରେ ସେ ଶତାଧିକ ଲୋକଙ୍କ ଜୀବନ ବଞ୍ଚାଇବାରେ ଦିନରାତି ଏକ କରି ଦେଇଥିଲେ। କିନ୍ତୁ ଏମିତି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବା ପରେ ସେ ନିଜ ଜୀବନକୁ ସମାପ୍ତ କରିବାକୁ କଠିନ ନିର୍ଣ୍ଣୟ ନେଇଥିଲେ। କାରଣ ସେ କରୋନାରେ ମରୁଥିବା ଲୋକଙ୍କ  ପୀଡା  ଭାବନା ସହିତ ଦିନ କାଟୁଥିଲେ। ୨୦୨୦ରେ ହିଁ ଡାକ୍ତରଙ୍କ ବିବାହ ହୋଇଥିଲା ଏବଂ ତାଙ୍କ ପତ୍ନୀ ଦୁଇ ମାସର ଗର୍ଭବତୀ ଥିଲେ।ଡ. ରବି ଓ୍ଵାଙ୍ଖେଡକର ଏହି  କୋଭିଡ୍ ସଙ୍କଟର ପରିଚାଳନା କରୁଥିବା ସମୟରେ ଅହେତୁକ ଭାବନାତ୍ମକ ଚାପ ମନରେ ପଡିଥାଏ। ଯୁବ ଡାକ୍ତରଙ୍କ ମୃତ୍ୟୁ ସିଷ୍ଟମ ଦ୍ଵାରା ହତ୍ୟା କେସ୍ଠୁ କମ ନୁହେଁ। ଖରାପ ବିଜ୍ଞାନ, ଖରାପ ରାଜନୀତି ଏବଂ ଖରାପ ଶାସନର ପରିଣାମ କାରଣରୁ ଆଜି ଏମିତି ଦିନ ଦେଖିବାକୁ ପଡିଥିବା ସେ କହିଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×