ବାରମେର, ୦୬/୦୫: ରାଜସ୍ଥାନର ବାରମେର ଜିଲା ଅନ୍ତର୍ଗତ ରାୟ କଲୋନୀରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି । ସେଠାରେ କରୋନା ଯୋଗୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ସେଥିରେ ମ୍ରିୟମାଣ ହୋଇ ତାଙ୍କ ଝିଅ ତାଙ୍କ ଚିତା ଉପରକୁ ଡେଇଁ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ରିପୋର୍ଟ ଅନୁଯାୟୀ, ରାୟ କଲୋନୀର ଦାମୋଦର ଶାରଦା( ୭୩ ବର୍ଷ)ଙ୍କର ଗତକାଲି କରୋନା ଯୋଗୁ ମୃତ୍ୟୁ ହୋଇଥିଲା । ଅପରାହ୍ଣରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ଦେଖିବା ପାଇଁ ଶ୍ମଶାନକୁ ଯିବା ପାଇଁ ତାଙ୍କର ଜଣେ ଝିଅ ଚନ୍ଦ୍ରକଳା( ୩୪ ବର୍ଷ) ଜିଦ୍ କରିଥିଲେ । ଏହାଯୋଗୁ ତାଙ୍କ ପରିବାର ଲୋକ ସେଥିପାଇଁ ସମ୍ମତି ଦେଇଥିଲେ । ତେବେ ପିତାଙ୍କ ଚିତା ଜଳୁଥିଲାବେଳେ ସେ ହଠାତ୍ ସେଇ ଚିତା ଉପରକୁ ଡେଇଁ ପଡିଥିଲେ ।ତାଙ୍କର ଅନ୍ୟ ଜଣେ ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ପୁଣି ଥରେ ଚିତା ଉପରକୁ ଡେଇଁ ପଡିଥିଲେ । ଶ୍ମଶାନରେ ନିୟୋଜିତ କର୍ମଚାରୀ ଓ ଅନ୍ୟ କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ତାଙ୍କ ଦେହର ୬୦% ଅଂଶ ଜଳିଯାଇଛି । ତାଙ୍କୁ ପରେ ବାରମେରରୁ ଯୋଧପୁର ହସ୍ପିଟାଲକୁ ପଠାଯାଇଥିବାର ସୂଚନା ଦିଆଯାଇଛି ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।