Quantum Mirror

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ବସନ୍ତ ପଣ୍ଡା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ବସନ୍ତ ପଣ୍ଡା

ଭୁବନେଶ୍ୱର, ୦୭/୦୫: କଳାହାଣ୍ଡି ଓ ନୂଆପଡ଼ାର କରୋନାକୁ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ବସନ୍ତ ପଣ୍ଡା । କଳାହାଣ୍ଡି ଓ ନୂଆପଡ଼ାରେ କରୋନାକୁ ନେଇ ହେଉଥିବା ଅସୁବିଧା ସହ ଅବଗତ କରାଇବା ସହ କଳାହାଣ୍ଡି ଓ ନୂଆପଡ଼ାକୁ ଜରୁରୀ ଧ୍ୟାନ ଦେବାକୁ କହିଛନ୍ତି ଶ୍ରୀ ପଣ୍ଡା । ସମସ୍ତଙ୍କ ଘରେ କ୍ୱାରେଣ୍ଟାଇନ ସୁବିଧା ନଥିବାରୁ ଆଇସୋଲେସନ ସେଣ୍ଟର ପାଇଁ ଦାବ କରିବା ସହ ପ୍ରତି ପଞ୍ଚାୟତରେ ଆଇସୋଲେସନ କେନ୍ଦ୍ର ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି  । ଟେଷ୍ଟିଂ ବୃଦ୍ଧି ସହ ପଞ୍ଚାୟତସ୍ତରରେ ଟେଷ୍ଟିଂ କିଟ୍ ଯୋଗାଇବାକୁ ଅନୁରୋଧ କରିଛନ୍ତି, ପ୍ରତି CHC ରେ କୋଭିଡ୍ ହସ୍ପିଟାଲ, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଡାକ୍ତର ନିୟୋଜିତ କରିବା, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଦାବି କରିଛନ୍ତି । ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଟୀକାକରଣର ସୁପରିଚାଳନା ପାଇଁ ଅଧିକାରୀଙ୍କୁ ନିୟୋଜିତ କରାଯିବା ପାଇଁ ଅନୁରୋଧ କରିଛନ୍ତି ବସନ୍ତ ପଣ୍ଡା ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×