Quantum Mirror

ମାଟ୍ରିକ୍ ରେଜଲ୍ଟ ପାଇଁ ଚୁଡାନ୍ତ ପଦ୍ଧତି ଅନୁମୋଦନ

ମାଟ୍ରିକ୍ ରେଜଲ୍ଟ ପାଇଁ ଚୁଡାନ୍ତ ପଦ୍ଧତି ଅନୁମୋଦନ

ଭୁବନେଶ୍ୱର, /: ମାଟ୍ରିକ୍ ରେଜଲ୍ଟ ପାଇଁ ଚୁଡାନ୍ତ ପଦ୍ଧତିକୁ ଅନୁମୋଦନ ଦେଇଛନ୍ତି ବୋର୍ଡ । ନବମ ଏବଂ ଦଶମ ଶ୍ରେଣୀର ମାର୍କ ଆଧାରରେ ମୁଲ୍ୟାୟନ ହେବ । ନବମର ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷା ମାର୍କକୁ ଆଧାର କରି ବିଚାର କରାଯିବ ବୋଲି ଆଜି ବୋର୍ଡ ପକ୍ଷରୁ କୁହାଯାଇଛି । ସୁଚନା ଅନୁସାରେ ଦଶମର ୨ୟ, ୩ୟ, ଏବଂ ୪ର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ବିଚାର କରି ଚୁଡାନ୍ତ ନିଷ୍ପତି ନିଆଯିବ । ଏଥିରେ ନବମର ୪୦ ପ୍ରତିଶତ ଏବଂ ଦଶମର ୬୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ । କରୋନା ମହାମାରୀ କାରଣରୁ ପରୀକ୍ଷା ସବୁକୁ ପୁର୍ବରୁ ବାତିଲ କରିଦିଆଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୁଚନା ଦେଇଥିଲେ । ଆହୁରି ମଧ୍ୟ ଦଶମରେ ପରୀକ୍ଷା ଦେଇନଥିଲେ ୯ମ ମାର୍କକୁ ଆଧାର କରି ବିଚାର କରାଯିବ । ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ । ଯେଉଁ ମେଧାବୀ ଛାତ୍ର ମାନେ ଏହି ପ୍ରକ୍ରିୟାରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ସେମାନେ ଆଉ ଥରେ ପରୀକ୍ଷା ଦେଇପାରିବେ । ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ମେ ମାସ ସୁଦ୍ଧା ସବୁ ପ୍ରକ୍ରିୟା ଶେଷ ହେବ ବୋଲି ଆଶଙ୍କା କରାଯାଉଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×