ହାମିଲଟନ, ୧୦।୫: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ । ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଜଣେ ପୁରୁଷ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି । ତେଣୁ ହବାର୍ଡ ଅଲିମ୍ପିକରେ ଭାଗନେବା ନେଇ ଅନେକ ସମସ୍ୟା ଦେଖାଦେଇଥିଲା । ଲିଙ୍ଗଗତ ପରିଚୟକୁ ଆଧାର କରି ନୁହେଁ, ଶରୀରର ଟେଷ୍ଟୋଷ୍ଟିରନ ସ୍ତରକୁ ନେଇ ଆଇନ ଅନୁଯାୟୀ ହବାର୍ଡଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି । ୨୦୧୭ରେ ବିଶ୍ୱ ପ୍ରତିଯୋଗିତାରେ ସେ ୨ଟି ରୌପ୍ୟ ଜିତି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କୁ ନେଇ ଆମେରିକା ପ୍ରତିବାଦ କରିଥିଲା । ତେବେ ନିୟମରେ କିଛି ପରିବର୍ତ୍ତନ କାରଣରୁ ସେ ବର୍ତ୍ତମାନ ଅଲମ୍ପିଆନ ହେବାକୁ ଯାଉଛନ୍ତି । ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିବା ହବାର୍ଡଙ୍କ ପ୍ରଥମ ନାମ ଥିଲା ଗାଭିନ୍ । ସେ ଅକଲାଣ୍ଡର ଜଣେ ପୂର୍ବତନ ମେୟରଙ୍କୁ ବିବାହ କରିଥିଲେ । ୨୦ ବର୍ଷ ବୟସରେ ସେ ୧୦୫ କେଜି ଓଜନ ବର୍ଗରେ ଅଂଶଗ୍ରହଣ କରି ୩୦୦ କେଜି ଉତ୍ତୋଳନ କରି ଇତିହାସ ରଚିଥିଲେ । ୨୩ ବର୍ଷରେ ସେ ଖେଳ ପରିତ୍ୟାଗ କରିବା ପରେ ୩୦ ବର୍ଷ ବୟସ ବେଳକୁ ସେ ସମ୍ପୂର୍ଣ୍ଣ ମହିଳା ପାଲଟି ଯାଇଥିଲେ । ହବାର୍ଡଙ୍କ ଲାଇଫ୍ ଷ୍ଟୋରି ବିଶ୍ୱ କ୍ରୀଡ଼ା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |