Quantum Mirror

ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡ଼ା ଧାର୍ଯ୍ୟ କଲେ ରାଜ୍ୟସରକାର

ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡ଼ା ଧାର୍ଯ୍ୟ କଲେ ରାଜ୍ୟସରକାର

ଭୁବନେଶ୍ୱର, ୧୭/:  ଆମ୍ବୁଲାନ୍ସ କ୍ଷେତ୍ରରେ ସାଧାରଣ ଲୋକ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଭଳି ଖବର ସାମନାକୁ ଆସୁଛି ହେଲେ ଏବେ ତାଉପରେ ଆଜି ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର ଆଜି ଘରୋଇ ହସ୍ପିଟାଲ ଏବଂ ଘରୋଇ ଆମ୍ବୁଲାନ୍ସ ଗୁଡିକର ଦର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆଜି ଆମ୍ବୁଲାନ୍ସ ଦର ପ୍ରଥମ ୧୦ କିମି ପାଇଁ ନିର୍ଦ୍ଧାରଣ କରାଯାଇଛି ତାଠାରୁ ଅଧିକ କିମି ଗଲେ ଧାର୍ଯ୍ୟ ଠାରୁ ଅତିରିକ୍ତ ଦର ଦେବାକୁ ପଡିବ ଏହି ପରିପ୍ରେକ୍ଷୀରେ ଛୋଟ ଆମ୍ବୁଲାନ୍ସ ଯେପରିକି ମାରୁତି ଏବଂ ଓମନି ଭଳି ଗାଡିରେ ୧୦ କିମି ଗଲେ ୭୫୦ ଟଙ୍କା ଦେବାକୁ ପଡିବ ସେହିପରି ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ୍ ଥିବା ଛୋଟ ଆମ୍ବୁଲାନ୍ସରେ ଗଲେ ୧୦ କିମିକୁ ୧୦୦୦ଟଙ୍କା ଦେୟ ଦେବାକୁ ପଡିବ ଏହାବ୍ୟତୀତ ବୋଲେରୋ ଭଳି ଆମ୍ବୁଲାନ୍ସ ହୋଇଥିଲେ ୧୦ କିମିକୁ ୧୦୦୦ଟଙ୍କା ଦେବାକୁ ପଡିବ ଏଥିରେ ଯଦି ଲାଇଫ୍ ସପୋର୍ଟ ସିଷ୍ଟମ୍ ଥାଏ ତେବେ ୧୫୦୦ ଟଙ୍କା ଭଡା ଲାଗିବ ସେହିପରି ୱିଙ୍ଗର୍ ଭଳି ବଡ ଗାଡି ଆମ୍ବୁଲାନ୍ସ ପାଇଁ ୧୦ କିମିକୁ ୧୨୫୦ ଟଙ୍କା ଭଡା ଦେବାକୁ ପଡିବ ଏବଂ ଆଡଭାନ୍ସ ଲାଇଫ୍ ସପୋର୍ଟ ସିଷ୍ଟମ୍ ଥିଲେ ସେଥିରେ ୩୦୦୦ ଟଙ୍କା ଭଡା ଲାଗିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×