ଭୁବନେଶ୍ୱର: ଗତବର୍ଷ କରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଅନେକ ଉତଥାନ-ପତନ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ କରାଯାଇ ସେଥିରେ ହିଁ ପରୀକ୍ଷା କରାଯାଇଥିଲା । ତେବେ ଚଳିତ ବର୍ଷ ମଧ୍ୟ ସ୍ଥିତି କୋଭିଡ୍ ମହାମାରୀ ଗମ୍ଭୀର ରହିଥିବାରୁ ଅନଲାଇନରେ କ୍ଲାସ୍ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ରେ କ୍ଲାସ୍ କରିବାକୁ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ସିଏଚଏସଇ । ତେବେ ଏନେଇ ସିଏଚଏସଇ ପକ୍ଷରୁ ଆଗ୍ରହୀ ଏବଂ ଅନୁଭବୀ ଶିକ୍ଷକଙ୍କ ତାଲିକା ମଗାଯାଇଛି । ମେ ୨୧ ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି । ଚଳିତ ବର୍ଷ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧାସୃଷ୍ଟି ହୋଇଛି । ତେଣୁ ଅନଲାଇନ୍ ରେ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କ ଅନଲାଇନ୍ ରେ କିପରି ସୁଚାରୁରୂପେ ପାଠପଢ଼ା ଚାଲି ପାରିବ ସେ ଦିଗରେ ଧ୍ୟାନ କେନ୍ଦ୍ରିତ କରାଯାଉଛି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |