Quantum Mirror

ପୁରୀ ରେ ହେବ କୋଭିଡ୍ ହସପିଟାଲ

ପୁରୀ ରେ ହେବ କୋଭିଡ୍ ହସପିଟାଲ

ଆସନ୍ତା ୧୯ ତାରିଖରେ ଶୁଭାରମ୍ଭ ହେବ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସପିଟାଲ। ପୁରୀ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ। ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲ ବ୍ଯୁଲଡିଂରେ କାର୍ଯ୍ଯକ୍ଷମ ହେବାକୁ ଯାଉଛି। ଜିଲ୍ଲାରେ ଦ୍ୱିତୀୟ କୋଭିଡ୍ ହସପିଟାଲ ଭାବେ ଲୋକଙ୍କୁ ସେବା ଯୋଗାଇବ। ୧୫୦ ସଜ୍ଯା ବିଶିଷ୍ଠ ଏହି ହସପିଟାଲରେ ୨୦ଟି ଭେଣ୍ଟିଲେଟର, ୪୦ଟି HDU, ୯୦ଟି ଅକ୍ସିଜେନ୍ ଶଯ୍ୟାର ବ୍ୟବସ୍ଥା ରହିବ। ୧ହଜାର ଅକ୍ସିଜେନ ସିଲିଣ୍ଡର ଓ ୫ଟି ଲାଇଫ ସେଭିଂ ଆମ୍ବୁଲାନ୍ସର ବ୍ଯବସ୍ଥା କରାଯାଇଛି। ଭୁବନେଶ୍ବର ସମ୍ ମେଡିକାଲ କଲେଜ ଓ ଜିଲ୍ଲା ପ୍ରଶାସନ ମିଳିତ ସହଭାଗିତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହଯୋଗରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଜିଲ୍ଲାରେ ସଂକ୍ରମଣକୁ ରୋକିବା ଏବଂ ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ବ୍ୟାପକ ଭିତ୍ତିଭୂମି ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ସମିକ୍ଷା ବୈଠକରେ ସୂଚନା ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା। ଏହି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ କାର୍ଯକ୍ଷମ ହେଲେ ବିଶେଷକରି ଜରୁରୀ ଚିକିତ୍ସା ପାଇଁ ଆଉ ଜିଲ୍ଲା ବାହାରକୁ ଯିବାକୁ ପଡିବ ନାହିଁ। ଫଳରେ ରେଫେରାଲ ସମସ୍ଯା ଦୁର ହେବ ବୋଲି ଆଶା ରହିଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ପୁରୀ ଜିଲ୍ଲାରେ ସ୍ବତନ୍ତ୍ର ଭାବେ ଜିଲ୍ଲା କୋଭିଡ ହସପିଟାଲ ପ୍ରତିଷ୍ଠା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×