Quantum Mirror

୧୫-୨୦ ଦିନରେ ଦୂର ହେବ ଦେଶରେ ଭ୍ୟାକ୍ସିନର ଅଭାବ, ପ୍ରସ୍ତାବ ଦେଲେ ରୋଡ୍ ମ୍ୟାନ ନୀତିନ ଗଡକରୀ

୧୫-୨୦ ଦିନରେ ଦୂର ହେବ ଦେଶରେ ଭ୍ୟାକ୍ସିନର ଅଭାବ, ପ୍ରସ୍ତାବ ଦେଲେ ରୋଡ୍ ମ୍ୟାନ ନୀତିନ ଗଡକରୀ

ନୂଆଦିଲ୍ଲୀ ୧୯ ୦୫: ରାଜ୍ୟରେ କରୋନାର ଭ୍ୟାକ୍ସିନର ଅଭାବ ଏବେ ବି ଜାରି ରହିଛି ଏହାକୁ ନେଇ କେନ୍ଦ୍ର ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ଏହା ମଧ୍ୟରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟିକା ଅଭାବ କେମିତି ଦୂର କରାଯାଇ ପାରିବ ସେ ନେଇ ଏକ ବଡ ପ୍ରସ୍ତାବ ଦେଇଛନ୍ତି ଗଡକରୀ କହିଛନ୍ତି, ମାତ୍ର ୧୫ ରୁ ୨୦ ଦିନ ଭିତରେ ଭ୍ୟାକ୍ସିନର ଅଭାବ ଦୂର କରାଯାଇ ପାରିବ ଦେଶରେ ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ ଅନ୍ୟ କମ୍ପାନୀକୁ  ଲାଇସେନ୍ସ ମିଳିବା ଉଚିତ୍ ଯାହା ଫଳରେ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ କିଛି ଦିନ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ପ୍ରସ୍ତାବ ଦେଇଥିଲେ ନୀତିନ ଗଡକରୀ କେନ୍ଦ୍ର ମନ୍ତ୍ରୀ ମନସୁଖ ମଡାଭିଆଙ୍କୁ କହିଛନ୍ତି, ଯେବେ ଚାହିଦା ବଢେ, ଯୋଗାଣରେ ସମସ୍ୟା ଆସିଥାଏ ଭ୍ୟାକ୍ସିନ କମ୍ପାନୀ ଗୋଟିଏ ପରିବର୍ତେ ୧୦ ଜଣକୁ ଲାଇସେନ୍ସ ଦେବା ଉଚିତ୍ ଏବଂ ତା ବଦଳରେ ରୟାଲଟି ନିଅନ୍ତୁ ପ୍ରତି ରାଜ୍ୟରେ ପ୍ରଥମରୁ ହିଁ ଲାବୋରାଟୋରୀ ରହିଛି ସେମାନଙ୍କ ପାଖରେ ଟିକା ପ୍ରସ୍ତୁତ ପାଇଁ ଭିତିଭୂମି ମଧ୍ୟ ରହିଛି ଫର୍ମୁଲା ପ୍ରସ୍ତୁତ କରି ସେମାନଙ୍କ ସହ ସମନ୍ୱୟ ରଖି ଭ୍ୟାକ୍ସିନ ଉତ୍ପାଦନ କରାଯାଇ ପାରିବ ଏହିପରି ୧୫ ରୁ ୨୦ ଦିନ ଭିତରେ ଅଧିକ ମାତ୍ରାରେ ଭ୍ୟାକ୍ସିନ ଉତ୍ପାଦନ କରି ଦେଶରୁ ଟିକାର ଅଭାବ ଦୂର କରାଯାଇ ପାରିବ ବୋଲି ନୀତିନ ଗଡକରୀ କହିଛନ୍ତି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×