Quantum Mirror

ସେଲ୍, ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ତରଳ ଅମ୍ଳଜାନ ଚାଲାଣରେ ଏକ ମାସରେ ତୃତୀୟ ଏକଦିବସୀୟ ରେକର୍ଡ

ସେଲ୍, ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ତରଳ ଅମ୍ଳଜାନ ଚାଲାଣରେ ଏକ ମାସରେ ତୃତୀୟ ଏକଦିବସୀୟ ରେକର୍ଡ

ସେଲ୍, ରାଉରକେଲା ଇସ୍ପାତ କାରଖାନା (ଆରଏସପି) ନିରବଚ୍ଛିନ୍ନ ରୂପେ ତରଳ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ (ଏଲଏମଓ) ଯୋଗାଇ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆବଶ୍ୟକୀୟ ସହାୟତା କରିବା ପାଇଁ ନିରନ୍ତର ପ୍ରୟାସ ଜାରିରଖିଛି । କାରଖାନାର ଅମ୍ଳଜାନ ଉତ୍ପାଦନରେ ନିୟୋଜିତ କର୍ମଚାରୀମାନେ ଏହି ଜୀବନ ରକ୍ଷାକାରୀ ଗ୍ୟାସର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଅକ୍ଲାନ୍ତ ପ୍ରୟାସ କରୁଛନ୍ତି। ସାମୂହିକଙ୍କର ଅଦମ୍ୟ ପ୍ରୟାସର ପରିଣାମ ସ୍ୱରୂପ, ଆରଏସପି ମଇ ୧୭ ତାରିଖରେ ୩୬ ଟି ଟ୍ୟାଙ୍କରରେ ୬୨୩.୪୮ ଟନ୍ ତରଳ ଅମ୍ଳଜାନ ପଠାଇ ଗୋଟିଏ ମାସରେ ତୃତୀୟ ଥର ପାଇଁ ଏକଦିବସୀୟ ଚାଲାଣ ରେକର୍ଡ ସୃଷ୍ଟି କରିଛି । ଏଥିରେ ୪ ଟି ଟ୍ୟାଙ୍କର କନସାଇନମେଣ୍ଟ ସାମିଲ ରହିଛି ଯାହା ରେଳ ଯୋଗେ ତାମିଲନାଡୁକୁ ପଠାଯାଇଥିଲା। ଏଥିସମେତ ଆଇଏସଓ ଟ୍ୟାଙ୍କର୍ ଗୁଡିକ ଆରଏସପିରେ ପ୍ରଥମ ଥର ପାଇଁ ଲୋଡ୍ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଆରଏସପି ମଇ ୭ ଓ ୧୪ ତାରିଖରେ ଯଥାକ୍ରମେ ୪୭୪.୧୬ ଟନ୍ ଏବଂ ୪୯୯.୧୬ ଟନ୍ ଅମ୍ଳଜାନ ପଠାଇ ଏକକ ଦିନର ଶ୍ରେଷ୍ଠ ଚାଲାଣ ରେକର୍ଡ ସ୍ଥାପନ କରିଥିଲା।​|ଅକ୍ସିଜେନ ପ୍ଲାଣ୍ଟ ସାମୂହିକଙ୍କୁ ଅଭିନନ୍ଦନ ଜଣାଇବା ସହ ସିଇଓ ଶ୍ରୀ ଦୀପକ ଚଟ୍ଟରାଜ କହିଥିଲେ ଯେ, ବର୍ତ୍ତମାନର ଆହ୍ଵାନପୂର୍ଣ୍ଣ ସମୟରେ ଦେଶପାଇଁ ସେବା ଯୋଗାଇଦେଇ ଟିମ୍ ଆରଏସପି ଗର୍ବ ଅନୁଭବ କରୁଛି ।“ସୂଚନାଯୋଗ୍ୟ ଯେ, ମାନ୍ୟବର କେନ୍ଦ୍ର ପିଏନଜି ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ଏବଂ ମାର୍ଗଦର୍ଶନରେ ରାଉରକେଲା ଇସ୍ପାତ କାରଖାନା ସାମୂହିକ ଦେଶର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ଯୋଗାଇ ଦେବା ପାଇଁ ଦିବାରାତ୍ର ନିପୁଣ ରୂପେ କାର୍ଯ୍ୟ କରୁଛନ୍ତି । ଇସ୍ପାତ କାରଖାନା ୨୦୨୧ ମଇ ୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ଦୈନିକ ହାରାହାରି ପ୍ରାୟ ୩୬୫ ଟନ ହାରରେ ସମୁଦାୟ ୬୨୧୩.୨୧ ଟନ୍ ତରଳ ମେଡିକାଲ ଅମ୍ଳଜାନ ଯୋଗାଇଛି। ଏପ୍ରିଲ ୧ ତାରିଖରୁ ଏପର୍ଯ୍ୟନ୍ତ ଆରଏସପିର ଅକ୍ସିଜେନ ପ୍ଲାଣ୍ଟରୁ ୯୦୯୦ ଟନ୍ ରୁ ଅଧିକ ତରଳ ମେଡିକାଲ ଅମ୍ଳଜାନ, ଦେଶର ବିଭିନ୍ନ ରାଜ୍ୟକୁ ଟ୍ୟାଙ୍କର୍ ଦ୍ଵାରା ଉଭୟ ସଡକ ତଥା ଭାରତୀୟ ରେଳବାଇ ପରିଚାଳିତ ଅମ୍ଳଜାନ ଏକ୍ସପ୍ରେସ ଦ୍ଵାରା ଯୋଗାଇ ଦିଆଯାଉଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×