Quantum Mirror

କରୋନା କୁ ଜୟ କଲେ ଖେଳାଳୀ ଓ କୋଚ୍

କରୋନା କୁ ଜୟ କଲେ ଖେଳାଳୀ ଓ କୋଚ୍

ସୁନ୍ଦରଗଡ : କରୋନା ଭାଇରସ ର ଦ୍ୱିତୀୟ ଲହରୀ ଓଡିଶା ସମେତ ସୁନ୍ଦରଗଡ ଜିଲ୍ଲାରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି ପ୍ରାୟ ଦିନକୁ ୮ ଶହ ରୁ ୧ ହଜାର ଚିହ୍ନଟ ହେଉଛନ୍ତି ।ଅନେକ ଙ୍କ ମନରେ ମନରେ କରୋନା ଆତଙ୍କ ଖେଳାଇଥିଲାବେଳେ କିଛି ଲୋକ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜି ସାରିଲେଣି।ଏଭଳି ସ୍ଥିତି ରେ ଜିଲ୍ଲାର ଖେଳାଳୀ ଓ କୋଚ୍ କୋଭିଡ-୧୯ ରୁ ସୁସ୍ଥ ହୋଇ ଜିଲ୍ଲା ବାସୀଙ୍କୁ କୋଭିଡ କୁ ନେଇ ଆତଙ୍କିତ ନ ହୋଇ କିଭଳି ସୁସ୍ଥ ହେବ ଓ ନିଜ ପରିବାର କୁ କୋଭିଡ ଠାରୁ କିପରି ଦୂରରେ ରଖିବ ସେନେଇ ଦେଇଛନ୍ତି ପରାମର୍ଶ।

ମୁଁ ଫେବ୍ରୁଆରୀ ମାସରେ ଜୁନିୟର ହକି ଟିମ ନେଇ ହରିୟାଣା ଯାଇଥିଲି ସେଠୁ ସୁରକ୍ଷିତ ହୋଇ ନିଜେ ଫେରିବା ସହିତ ମୋର ଜୁନିୟର ପୁରୁଷ ହକି ଖେଳାଳୀ ଙ୍କୁ ମଧ୍ୟ ସୁରକ୍ଷିତ ଆଣିଥିଲି ।ରାଉରକେଲା ପହଂଚିବା ପରେ କିଛିଦିନ ପରେ ମୋତେ ଜ୍ଵର ହେଲା ନିଶ୍ଚିତ ଟିକେ ଡରିଗଲି କୋଭିଡ ଟେଷ୍ଟ କଲା ପରେ ଜାଣିଲି ମୋତେ କୋଭିଡ ହୋଇଛି।ନିଶ୍ଚିତ ମୋ ପାଇଁ ଏକ ଚାଲେଞ୍ଜ ଥିଲା ମୁଁ ସୁରକ୍ଷିତ ରଖିବା ସହିତ ପରିବାର ଓ ମୋ ହଷ୍ଟେଲ ଖେଳାଳୀ କିପରି କୋଭିଡ ମୁକ୍ତ ରହିବେ। ସରକାର ଙ୍କ କୋଭିଡ ନିୟମ ମାନି ଗୃହବନ୍ଧି ହୋଇ ରହିଲି ଏହା ଭିତରେ ହଷ୍ଟେଲ ଛୁଟି ହୋଇଗଲା ଖେଳାଳୀ ସୁରକ୍ଷିତ ନିଜ ଘରକୁ ଗଲେ।ମୁଁ ମଧ୍ୟ ଭଲ ହେଲି ହଁ ନିଶ୍ଚିତ କହିବି ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଅନ୍ୟ ରାଜ୍ୟ ଅପେକ୍ଷା ଖୁବ ଉଚ୍ଚକୋଟୀର ସେଥି ମଧ୍ୟରୁ ରାଉରକେଲା ଅନ୍ୟତମ ଯେଉଁ ଭଳି ଭାବରେ ଜିଲ୍ଲା ର ସଂକ୍ରମଣ ବୃଦ୍ଧି ପାଇଛି ସେହିଭଳି ଭଲ ମଧ୍ୟ ହେଉଛି। ସରକାରୀ ନିୟମ କୁ ମାନି ଆଜି ଆମେ ଯେଉଁ ଭଳି ଭାବରେ କୋଭିଡ କୁ ହରେଇ ଚାଲିଛନ୍ତି ସେହିଭଳି ଯଦି ଚାଲିବ ନିଶ୍ଚିତ ଖୁବଶୀଘ୍ର ଆମେ କୋଭିଡ କୁ ବିଜୟୀ ହେବା ହଁ ଓଡ଼ିଶାର ଜନସାଧାରଣ ଙ୍କୁ ଅନୁରୋଧ ସରକାରୀ ନିୟମ ମାନି ମାସ୍କ ପିନ୍ଧିବା ,ସାନିଟାଇଜ ହେବା ସହିତ ଏକ ମିଟର ଦୂରତ୍ୱ କୁ ମଧ୍ୟ ବଜାଇ ରଖିବା ନିହାତି ଆବଶ୍ୟକ।
ବିଜୟ ଲାକ୍ରା
ବରିଷ୍ଠ ହକି କୋଚ୍ ଓ ପାନପୋଷ କ୍ରୀଡା ଛାତ୍ରାବାସ ର ଅଧିକାରୀ ।

ମୁଁ କୋଭିଡ ଭେକ୍ସିନ ପ୍ରଥମ ଡୋଜ ନେବାର ଦୁଇ ଦିନ ପରେ ଦେହରେ ଜ୍ଵର ଆସିଲା ମୁଁ ସଙ୍ଗେ ସଙ୍ଗେ ଯାଇ ଆର ଟି ପି ସିଆର ଟେଷ୍ଟ କଲି ଏବଂ ଜାଣିବାକୁ ପାଇଲି ମୋତେ କୋଭିଡ ହୋଇଛି ସରକାର ଙ୍କ ନିୟମ କୁ ମାନି ୧୯ ଏପ୍ରିଲ ରୁ ମୁଁ ୧୭ ଦିନ ଘରେ ରହି ନିଜକୁ ସୁସ୍ଥ ରଖିବା ପାଇଁ ଡାକ୍ତର ଙ୍କ ପରାମର୍ଶ କୁ ମାନି ଔଷଧ ଖାଇବା ଓ ବ୍ୟାୟାମ ଆଦି କରିବା ଜାରି ରଖିଲି । କୋଭିଡ କୁ ହରାଇବାକୁ ହେଲେ ମନୋବଳ ଦୃଡ଼ ରଖିବା ସହିତ ଖାଦେପେୟ ଉପରେ ଗୁରୁତ୍ୱ ଦେବାକୁ ପଡିବ ହଁ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ସରକାରୀ ନିୟମ କୁ ମାନିବାକୁ ହେବ।ସମସ୍ତ କ୍ରୀଡ଼ାବିତ ତଥା ଜନସାଧାରଣ ଙ୍କୁ ଅନୁରୋଧ କୋଭିଡ ହେଲେ ଧର୍ଯ୍ୟହରା ନହୋଇ ନିଜ ପରିବାରକୁ କିପରି କୋଭିଡ ରୁ ମୁକ୍ତ ରଖିବ ଓ ନିଜେ କିପରି ସୁସ୍ଥ ହେବ ଏ ପ୍ରତି ଧ୍ୟାନ ଦେଇ ସମସ୍ତ ସରକାରୀ ନିୟମ ମାନି ସରକାର କୁ କୋଭିଡ ଜୟ କରି ଏକ ସୁସ୍ଥ ସମାଜ ଗଠନ ଗଢିବାରେ ସହାୟକ ହେବା ଉଚିତ।
ସୁଭାଷ ମହାନ୍ତି
ଜାତୀୟ କ୍ରିକେଟ ଖେଳାଳୀ

ମୁଁ କ୍ୟାମ୍ପ ରେ ଥିଲି ହଠାତ ରାତିରେ ଟିକେ ଦେହ ଉଷୁମ ଲାଗିଲା ଓ ପରେ ଜ୍ୱର ମଧ୍ୟ ହେଲା ଡାକ୍ତର ପାଖକୁ ଯାଇ କୋଭିଡ ଟେଷ୍ଟ କଲି ପୋଜିଟିଭ ଆସିଲା ଏହାକୁ ଭୟ ନକରି ନିଜର ଇମୁନିଟି ପ୍ରତି ଧ୍ୟାନ ଦେଲି ଓ ପ୍ରତେକ ଦିନ ସକାଳୁ ନିଶ୍ୱାସ ଉପରେ ବିଭିନ୍ନ ପ୍ରକାର ବ୍ୟାୟମ ମାନ ମଧ୍ୟ କଲି ଏପ୍ରିଲ ୧୩ ରୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ଗୃହ ବନ୍ଦୀ ହୋଇ ରହିବା ସହିତ ନିଜ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେଲି ସରକାର ଙ୍କ କୋଭିଡ ନିୟମ କୁ ମାନିବା ଦ୍ଵାରା ଆଜି ପୁଣିଥରେ ପଡିଆ କୁ ଓହ୍ଲେଇ ବାର ସକ୍ଷମ ହୋଇପାରଲୀ। ଏଣୁ ମୋର ଓଡ଼ିଶାର ସମସ୍ତ କ୍ରୀଡ଼ାବିତ ଓ ଜନସାଧାରଣ ଙ୍କୁ ଅନୁରୋଧ ନିଜ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଓ ସରକାରୀ କୋଭିଡ ନିୟମ ମାନି କୋଭିଡ ଚେନ କୁ ଭାଙ୍ଗିବାରେ ସାହାଯ୍ୟ କରନ୍ତୁ।
ଜୀବନ କିଶୋରୀ ଟପ୍ପ
ଆନ୍ତର୍ଜାତିକ ହକି ଖେଳାଳୀ।

ମୁଁ ଏପ୍ରିଲ ୬ ରେ ଅସୁସ୍ଥ ଅନୁଭବ କଲି ଓ କାଶ ହେବା ସହିତ ଜ୍ୱର ମଧ୍ୟ ହେଲା ସଙ୍ଗେ କିନ୍ତୁ ଟେଷ୍ଟ କରିବା ଟିକେ ଡେରି କଲି ଯାହାଦ୍ୱାରା ଟିକେ ଅଧିକ ଆକ୍ରାନ୍ତ ହେଲି କିନ୍ତୁ ନିଶ୍ଚିତ କହିବି ରାଉରକେଲା ର ସ୍ୱାସ୍ଥ୍ୟ ସେବା କୁ ଯଦି ଆଖି ଆଗରେ ରଖିବା ତାହାଲେ ଏହା ସାରା ଭାରତରେ ଏକ ନଂ ହେବ କୋଭିଡ କୁ ନେଇ ଆର ଏମ ସି କମିଶନର ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟ ନିହାତି ସ୍ୱାଗତ ଯୋଗ୍ୟ ଯେଉଁଭଳି ଭାବରେ ସେମାନେ ରାଉରକେଲା ର କୋଭିଡ ଚେନ କୁ ଭାଙ୍ଗିବା କୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟ କରୁଛନ୍ତି ନିହାତି ପ୍ରଶଂସନିୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ନିଜେ ଘରେ ଗୃହ ବନ୍ଧି ହୋଇ ରହି ନିଜ ପରିବାର କୁ କୋଭିଡ ଠାରୁ ସୁରକ୍ଷିତ ରଖିବା ଓ ନିଜେ ସୁସ୍ଥ ହେବ ନିହାତି କଷ୍ଟ ସାଧ୍ୟ ଥିଲା ହିଁ ମୋର ରାଉରକେଲା ବାସୀଙ୍କୁ ଓ ଓଡ଼ିଶାର ଜନସାଧାରଣ ଙ୍କୁ ନିବେଦନ କୋଭିଡ କୁ ନେଇ ବିଚଳିତ ନ ହୋଇ ସରକାରୀ ନିୟମ କୁ ମାନି ଯଦି ଆଗକୁ ବଢ଼ିବା ଓ ବିଭିନ୍ନ ଅନୁଷ୍ଠାନ ଯେଉଁ ମାନେ ସରକାର ଙ୍କ ସହିତ ମିଶି କୋଭିଡ କାର୍ଯ୍ୟ କରୁଛନ୍ତି ତାଙ୍କୁ ମଧ୍ୟ ସହଯୋଗ କରିବା ତାହାଲେ ଶିଘ୍ର ଆମ ଦେଶ କୋଭିଡ ମୁକ୍ତ ଦେଶ ହୋଇ ପାରିବ।
ସୁଶାନ୍ତ ବେହେରା
ପୂର୍ବତନ ଜାତୀୟ ହେଣ୍ଡବଲ ଖେଳାଳୀ ଓ କ୍ରୀଡା ସାମ୍ବାଦିକ।

ମୋତେ ଏପ୍ରିଲ ୨୮ ରେ ସମାନ୍ୟ ଜ୍ୱର ହେଲା ମୋର ବନ୍ଧୁ ତଥା ସାନଭାଇ ଭଳି ସୁଖଦୁଃଖ ର ସାଥି ସୁଶାନ୍ତ କହିଲା ଭାଇ ଆପଣ କୋଭିଡ ଟେଷ୍ଟ କରନ୍ତୁ ମୁଁ ସଙ୍ଗେ ସଙ୍ଗେ ଯାଇ ଆଇ ଜି ଏଚ ରେ କୋଭିଡ ଟେଷ୍ଟ କଲି ଓ ପରେ ଏକ ସରକାରୀ ଫୋନ କଲ ଆସିଲା ମୋର ପଜିଟିଭ ଅଛି ଫୋନ କଲର ଠିକ ୧ଘଣ୍ଟା ପରେ ମୋ ଘରେ ପାରା ମେଡ଼ିକାଲ ଟିମ ଆସି ପହଁଚିଲେ ମୋତେ ସରକାରୀ କୋଭିଡ ଗାଇଡ଼ ଲାଇନ ବିଷୟ ରେ ଅବଗତ କରାଇବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ମୋତେ ସମସ୍ତ ଔଷଧ ପତ୍ର ଦେଇ କିପରି ଘରେ ଗୃହ ବନ୍ଧି ହୋଇ ନିଜ ପରିବାରକୁ ସୁସ୍ଥ ରଖିବି ସେ ବିଷୟରେ ସମସ୍ତ ବିବରଣୀ ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ସରକାର ସହିତ ହାତ ମିଳାଇ ଇସ୍ପାତ ଜେନେରାଲ ହସ୍ପିଟାଲ ଯେଭଳି କୋଭିଡ କାର୍ଯ୍ୟ ପରିଚାଳନା କରୁଛି ତାହା ମଧ୍ୟ ସ୍ୱାଗତ ଯୋଗ୍ୟ।ମୋର କ୍ରୀଡ଼ାବିତ ବନ୍ଧୁ ଓ ଓଡ଼ିଶା ବାସୀଙ୍କୁ ଅନୁରୋଧ କୋଭିଡ କୁ ଜମା ନ ଡରି ସରକାରୀ ନିୟମ କୁ ମାନି ଯଦି ଚାଲିବା ତାହାଲେ ଆମେ କୋଭିଡ କୁ ହରେଇ ପାରିବା।
ନିଖିଲ କଳାକାର ପ୍ରଧାନ
ଆନ୍ତର୍ଜାତିକ ଆଥଲେଟ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×