Quantum Mirror

ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ

ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ

୧୯-୦୫-୨୦୨୧ରିଖ:-କଟକ, ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ତଥା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି ସହ ପଦକ୍ଷେପ ସ୍ୱରୂପ ଆଜି ସାଂସଦ ଶ୍ରୀ ଭତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ରଣନୀତି ଅବଲମ୍ବନ କରିବା ସହ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଭର୍ଚୁଆଲ ବୈଠକରେ ଆଲୋଚନା ମାଧ୍ୟମରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ସାଂସଦଙ୍କ ନିର୍ଦ୍ଧେଶରେ ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅନୁରୋଧକ୍ରମେ ଏହି ବୈଠକରେ ସାଂସଦ ଶ୍ରୀ ମହତାବଙ୍କ ଉପସ୍ଥିତରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ହୋଇଥିଲେ।ଆଜିର ଏହି ବୈଠକରେ ଜିଲ୍ଳାର କରୋନାସ୍ଥିତି ସମ୍ପର୍କରେ ସାଂସଦ ଶ୍ରୀ ମହତାବ ସମୀକ୍ଷା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତକାଲି ବୈଠକରେ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଘୋଷଣା କରିଥିବା କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳରେ ସଂକ୍ରମଣ ହ୍ରାସ ନିମନ୍ତେ ଜନସଚେତନତା, ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ,ଟେଷ୍ଟ ସଂଖ୍ୟା ବୃଦ୍ଧି ଆଦିର ସଫଳ କାର୍ଯ୍ୟ କାରିତା ନେଇ ଅଲୋଚନା ହୋଇଥିଲା। ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଜିଲ୍ଲାରେ କୋଭିଡ ଟୀକାକରଣକୁ କିଭଳି ବ୍ୟାପକ କରାଯାଇପାରିବ,ଟୀକାକେନ୍ଦ୍ର ମାନଙ୍କ ଠାରୁ ଦୂରତା ରକ୍ଷା କରି ପଞ୍ଜିକରଣ,କରୋନା ରୋଗୀ ଚିହ୍ନଟ ସହ ନମୁନା ସଂଗ୍ରହ,ଘରୋଇ ଆଇସୋଲେସନ ବ୍ୟବସ୍ଥା,କୋଭିଡ କେୟାର କେନ୍ଦ୍ରରେ ରୋଗୀ ଚିକିତ୍ସା, ଅମ୍ଳଜାନ ଯୋଗାଣ ତଥା ଶବ ସତ୍କାର ପରିଚାଳନା ଆଦି ପ୍ରସଙ୍ଗରେ ଏହି ସମୀକ୍ଷା ସମୟରେ ବିସ୍ତୃତ ଆଲୋଚନା ହୋଇଥିଲା। ସାଂସଦ ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳଙ୍କ ଠାରୁ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ ହୋଇଥିଲେ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଦ୍ଵାରା ପାୱାର ପଏଣ୍ଟ ଜରିଆରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଥିଲା।ବର୍ତ୍ତମାନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠାର ଅଗ୍ରଗତି ଏବଂ ଏସ ସି ବିରେ ନୂତନ ପ୍ଲାଣ୍ଟ ପ୍ରତିଷ୍ଠା, ଟୀକାକରଣ ପାଇଁ କ୍ୟାମ୍ପ, ଆଇସିୟୁ ଶଯ୍ୟା ବୃଦ୍ଧି,ଅଧଘଣ୍ଟା ମଧ୍ୟରେ ଶବ ବ୍ୟବଛେଦ ତଥା ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ଅନୀଲ କୁମାର ସାମଲ ସୂଚନା ଦେଇଥିଲେ।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟସଭା ସାଂସଦ ଶ୍ରୀ ସୁବାଷ ସିଂ, ସାଂସଦ ଶ୍ରୀ ଅନୁଭବ ମହାନ୍ତି ବିଧାୟକ ଡ଼ା ପ୍ରଫେସର ପ୍ରମୋଦ ମଲିକ,ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ମହମ୍ମଦ ମୋକିମ, ବିଧାୟକ ପ୍ରଶାନ୍ତ କୁମାର ବେହେରା ଏହି ଭର୍ଚୁଆଲ ବୈଠକରେ ଯୋଗଦେଇ  ନିଜ ନିଜ ଅଞ୍ଚଳରେ ଟୀକାକରଣ ଓ ଏହା ନିମନ୍ତେ ପଞ୍ଜିକରଣ, ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା, ଟେଷ୍ଟିଙ୍ଗ,ଆଇ ସି ୟୁ ଓ କୋଭିଡ କେୟାର କେନ୍ଦ୍ର ମାନଙ୍କରେ ଶଯ୍ୟା ବୃଦ୍ଧି,ଅମ୍ଳଜାନ ବ୍ୟବସ୍ଥା, ହେଲ୍ପଡେସ୍କ(୨୪x୭)ଗଠନ ଆଦି କୋଭିଡ ପରିଚାଳନା ନିମନ୍ତେ  ନିଆଯିବା ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସାଂସଦଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ସିଏମସି କମିଶନର ଅନନ୍ୟା ଦାସ, ମୁଖ୍ୟ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସତ୍ୟବ୍ରତ ଛୋଟରାୟ,,ଏସ ପି ଶ୍ରୀ ବି. ଯୁଗଳ କିଶୋର,ଶ୍ରୀ ଅମ୍ବର କୁମାର କରଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ,ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×