Quantum Mirror

ଏବେ ହ୍ୱାଟ୍ସଆପ୍ରେ ଜାଣନ୍ତୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଅଛି କି ନାହିଁ

ଏବେ ହ୍ୱାଟ୍ସଆପ୍ରେ ଜାଣନ୍ତୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଅଛି କି ନାହିଁ

ନୂଆଦିଲ୍ଲୀ ୨୦ ୦୫: ଲୋକଙ୍କ ପର୍ଯ୍ୟନ୍ତ ସହଜରେ କେମିତି ଭ୍ୟାକ୍ସିନ ପହଂଚି ଏଥିପାଇଁ ସରକାର ବିଭିନ୍ନ ଉପାୟ କରିଛନ୍ତି ଏବେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି ଏହି ନମ୍ବର ଜରିଆରେ ଆପଣ ନିଜ ଅଂଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଜାଣି ପାରିବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୯୦୧୩୧୫୧୫୧୫ ନମ୍ବର ଜାରି କରିଛି ଘରେ ବସି ଆପଣ ଏହି ନମ୍ବର ମାଧ୍ୟମରେ ନିଜ ଅଂଚଳରେ ଭ୍ୟାକ୍ସିନ ସନ୍ଧାନ କରି ପାରିବେ ଏଥିପାଇଁ କେବଳ ଏକ ମେସେଜ କରିବାକୁ ପଡିବ ହ୍ୱାଟ୍ସଆପ ନମ୍ବରକୁ ଯାଇ ନିଜ ଅଂଚଳର ପିନ କୋଡ୍ ଟାଇପ୍ କରି ସେଣ୍ଡ କରିବେ ସେପଟୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଆପଣଙ୍କୁ ସବିଶେଷ ତଥ୍ୟ ମିଳିଯିବ ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟବସ୍ଥାରେ ଲୋକଙ୍କୁ ଟିକାକରଣ ପାଇଁ ହଇରାଣ ହେବାକୁ ପଡିବ ନାହିଁ କି ଅଯଥାରେ ବିନା ସୂଚନାରେ ଟିକା କେନ୍ଦ୍ର ଯିବାକୁ ପଡିବ ନାହି ଯେବେ ଆପଣଙ୍କ ପାଳି ପଡିବ ତେବେ ଭ୍ୟାକ୍ସିନ ବିଷୟରେ ଉକ୍ତ ନମ୍ବର ଜରିଆରେ ସଦ୍ୟତମ ସୂଚନା ପାଇ ପାରିବେ ଏହା ପରେ କେନ୍ଦ୍ରକୁ ଯାଇ ଟିକା ଲଗାଇ ପାରିବେ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×