Quantum Mirror

ବିଳମ୍ବିତ ହୋଇପାରେ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ଘୋଷଣା

ବିଳମ୍ବିତ ହୋଇପାରେ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ଘୋଷଣା

କଟକ, ୨୧। ୫ : ଦଶମ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ନେଇ ଆଶଙ୍କା ଦେଖାଦେଇଛି । ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସଇକୁ ଅନୁସରଣ କରିଆସୁଥିଲା । କରୋନା ପାଇଁ ବର୍ତ୍ତମାନ ସିବିଏସଇ ତା’ର ମୂଲ୍ୟାୟନ କାର୍ଯ୍ୟ ୨୦ ଦିନ ପାଇଁ ଘୁଞ୍ଚାଇ ଦେଇଛି । ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ମୂଲ୍ୟାୟନ ଦିନ ଘୁଞ୍ଚାଇବାର ସମ୍ଭାବନା ରହିଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ମଧ୍ୟରେ ରହିଛନ୍ତି । ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମଣ ପାଇଁ ଦଶମ ପରୀକ୍ଷା ସ୍ଥଗିତ ରହିଥିଲା । ପରେ ସିବିଏସଇ ମୂଲ୍ୟାୟନ ପଦ୍ଧତି ଅନୁସାରେ ରାଜ୍ୟ ନବମ ଓ ଦଶମ ଶ୍ରେଣୀର ମୂଲ୍ୟାୟନ କରିବାକୁ ରାଜ୍ୟ ବୋର୍ଡ ନିଷ୍ପତ୍ତି ନେଇଥିଲା । ଗତ ୧୫ ତାରିଖ ସୁଦ୍ଧା ସବୁ ସ୍କୁଲ ଛାତ୍ରଛାତ୍ରୀ ନବମ ଓ ଦଶମ ଅଭ୍ୟାସ ପରୀକ୍ଷା ମାର୍କ ମେଣ୍ଟର ସ୍କୁଲରେ ଦେବାକୁ କୁହାଯାଇଥିଲା । ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ମାର୍କ ଖାତାକୁ ନେଇ ମେଣ୍ଟର ସ୍କୁଲରେ ଦାଖଲ କରିଥିଲେ । ତେବେ ମୂଲ୍ୟାୟନ ପ୍ରକ୍ରିୟା ବିଳମ୍ବିତ ହେବା ସହ ଜୁନ ଶେଷ ସୁଦ୍ଧା ପରୀକ୍ଷା ଫଳ ଘୋଷଣା ହେବାର ଆଶଙ୍କା କରାଯାଉଛି । ଏ ନେଇ ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ଜଣାପଡ଼ିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×