Quantum Mirror

ଓଡ଼ିଶା ମୁହାଁ ‘ୟଶ୍’

ଓଡ଼ିଶା ମୁହାଁ ‘ୟଶ୍’

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରିବା ପରଠାରୁ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଏସଆରସିଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ ଜାରି କରାଯାଇଛି । ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ‘ୟଶ୍’ ଓଡିଶା ମୁହାଁ ହୋଇଛି । ଏହା ମେ ୨୬ ତାରିଖରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଏହାର ପ୍ରଭାବ ରାଜ୍ୟ ଉପରେ କିପରି ରହିବ ତାକୁ ନେଇ ଏବେ ଆଶା ଆଶଙ୍କାରେ ରାଜ୍ୟ ସରକାର । ଏସଆରସିଙ୍କ ପକ୍ଷରୁ ଆଜି ଏକ ପ୍ରେସ ବିବୃତ୍ତି ଜାରି କରାଯାଇଛି । ସେଥିରେ ସେ କହିଛନ୍ତି ଯେ, ଆସନ୍ତାକାଲି ଆଇଏମଡିଙ୍କ ଆକଳନ ଅନୁସାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ତାରିଖରେ ତାହା ଡିପ୍ରେସନ୍ ଏବଂ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଏଥିସହିତ ୨୬ ତାରିଖ ସକାଳେ ଓଡିଶା, ବଙ୍ଗ ଉପକୂଳ ନିକଟରେ ବାତ୍ୟା ଆକାରରେ ପହଞ୍ଚିବ । ତେଣୁ ଏବେ ଠାରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆଉ ଯେଉଁ ମାନେ ସମୁଦ୍ରରେ ଅଛନ୍ତି ସେମାନେ ଫେରି ଆସିବେ । ଆଜି ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଏବଂ ଏନଡିଏମଏ ଙ୍କ ସହ ମିଟିଂ ହୋଇଛି ।ସେହିପରି ପ୍ରାକ୍ ଆକଳନ ଅନୁସାରେ ଉତ୍ତର ଓଡିଶା ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ । ତେବେ ଏହାର ଗତି, ବେଗ ଏବଂ ତୀବ୍ରତା କେତେ ରହିବ ତାହା ଆଇଏମଡି ପକ୍ଷର ସ୍ପଷ୍ଟ କରାଯାଇ ନାହିଁ । ବର୍ତ୍ତମାନ ଅତ୍ୟଧିକ ବନ୍ୟାଞ୍ଚଳ ମାନଙ୍କୁ ଓଡ୍ରାଫ୍, ଅଗ୍ନିଶମ ଏବଂ ଏନଡିଆରଏଫ୍ ଟିମ୍ କୁ ପଠାଯାଉଛି । ଗୁଜୁରାଟ ଯାଇଥିବା ଏନଡିଆରଏଫର ୫ଟି ଟିମ୍ ଆଜି ଫେରି ଆସିବେ । ଏଥିସହିତ ସହରମାନଙ୍କରେ ଲାଗିଥିବା ହାଇମାଷ୍ଟ ଲାଇଟ୍ କୁ ଖୋଲିଦିଆଯିବ ଏବଂ ଜନପଥ କଡରେ ଲାଗିଥିବା ବଡ ବଡ ହୋଡିଂ ଆଦିକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×