Quantum Mirror

କିଏ ହେବେ ଦେଶର ପରବର୍ତୀ ସିବିଆଇ ନିର୍ଦ୍ଦେଶକ ?

କିଏ ହେବେ ଦେଶର ପରବର୍ତୀ ସିବିଆଇ ନିର୍ଦ୍ଦେଶକ ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିଙ୍କ ବୈଠକ ସୋମବାର ବସିବାକୁ ଯାଉଛି ବୈଠକରେ ସିବିଆଇର ନୂତନ ନିର୍ଦ୍ଦେଶକଙ୍କ ଉପରେ ମୋହର ବାଜିପାରେ ଦେଶକୁ ଖୁବ୍ ଶୀଘ୍ର ମିଳିବ ନୂତନ ସିବିଆଇ ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି କମିଟିରେ ଅଛନ୍ତି ଦେଶର ପ୍ରଧାନ ବିଚାରପତି ଏନଭି ରମଣା ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବୈଠକ ଆଜି ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବ ଖବର ଅନୁଯାୟୀ, ୧୯୮୪୧୯୮୫ ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀଙ୍କ ନାମ ଉପରେ ବିଚାର କରାଯାଇପାରେ ହେଲେ ରାକେଶ ଆସ୍ଥାନା, ୱାଇସି ମୋଦୀ ସୁବୋଧ ଜୟସୱାଲ ସିବିଆଇ ମୁଖ୍ୟ ଦୌଡରେ ଆଗରେ ଅଛନ୍ତି ୧୯୮୫ ରୁ ୧୯୮୬ ବ୍ୟାଚର ମୋଟ୍ ୧୦୦ ଆଇପିଏସ ଅଧିକାରୀଙ୍କ ନାଁ ଉପରେ ବିଚାର କରିବ ଏହି କମଟି ନିୟମ ଅନୁଯାୟୀ, ବରିଷ୍ଠତା, ଦୁର୍ନୀତି ବିରୋଧୀ ମାମଲାରେ ଯାଂଚରେ ଅନୁଭବ ସତ୍ୟନିଷ୍ଠା ଆଧାରରେ କମିଟି ସିବିଆଇର ପରବର୍ତୀ ନିର୍ଦ୍ଦେଶକଙ୍କ ଚୟନ କରିବେ ସିବିଆଇ ନିର୍ଦ୍ଦେଶକ ଭାବେ ଅଧିକାରୀଙ୍କ କାର୍ଯ୍ୟକାଳ ଦୁଇ ବର୍ଷରୁ ଅଧିକ ରହିବ ଦୁଇ ବର୍ଷ ପୂରଣ ହେବା ପରେ ଚଳିତ ବର୍ଷ ଫେବୃଆରୀରେ ଆରକେ ଶୁକ୍ଳା ସିବିଆଇ ନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ ବର୍ତମାନ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×