Quantum Mirror

ଚୀନରେ ପ୍ରତିକୂଳ ପାଗ ଯୋଗୁ ୨୧ ଧାବକ ମୃତ

ଚୀନରେ ପ୍ରତିକୂଳ ପାଗ ଯୋଗୁ ୨୧ ଧାବକ ମୃତ

ବେଜିଂ: ବାଇୟିନ୍ ସିଟି ପ୍ରଶାସନ ସହଯୋଗରେ ଚାଇନିଜ ଆଥଲେଟିକ ଆସୋସିଏସନ ପକ୍ଷରୁ ଏହାକୁ ମିଶାଇ ଚାରିବର୍ଷ ହେଲା ଏହି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଚୀନରେ ଏକ କ୍ରସ କଂଟ୍ରି ମାଉଣ୍ଟେନ ରେସରେ ଅଂଶଗ୍ରହଣ କରିଥିବା ଧାବକଙ୍କ ମଧ୍ୟରୁ ୨୧ ଜଣ ଭୀଷଣ କୁଆପଥର ମାଡ, ବର୍ଷା, ଅତ୍ୟନ୍ତ ଥଣ୍ଡାପାଗ ଏବଂ ଜୋର୍ରେ ପବନ ବହିବା ଭଳି ପ୍ରତିକୂଳ ପାଗ ପରିସ୍ଥିତି କାରଣରୁ ପ୍ରାଣ ହରାଇଛନ୍ତି। ଚୀନର ସରକାରୀ ଗଣମାଧ୍ୟମରେ ଶନିବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ୟେଲୋ ରିଭର ଷ୍ଟୋନ ଜଙ୍ଗଲ ମଧ୍ୟରେ ଉଚ୍ଚ ପାର୍ବତ୍ୟାଞଚଳରେ ଏହି ୧୦୦ କିଲୋମିଟର ଦୀର୍ଘ କ୍ରସ କଂଟ୍ରି ମାଉଣ୍ଟେନ ରେସ ଆୟୋଜନ କରାଯାଇଥିଲା। ତେବେ ସେଠାରେ ପାଗ ଅତ୍ୟନ୍ତ ପ୍ରତିକୂଳ ହେବାରୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଚୀନର ପ୍ରସିଦ୍ଧ ଦୂରଗାମୀ ଧାବକ ଭାବେ ପରିଚିତ ଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୭୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ସରକାରୀ ଖବର ସରବରାହ ସଂସ୍ଥା ଝାଙ୍ଗ ଜୁଚେନ୍ କହିଛି। ଏହି ଖବର ମିଳିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×