Quantum Mirror

ଆଇପିଏଲ ୨୦୨୧ର ବାକି ମ୍ୟାଚକୁ ନେଇ ଦୋଛକିରେ ଗାଙ୍ଗୁଲି ପ୍ରଶାସନ

ଆଇପିଏଲ ୨୦୨୧ର ବାକି ମ୍ୟାଚକୁ ନେଇ ଦୋଛକିରେ ଗାଙ୍ଗୁଲି ପ୍ରଶାସନ

ନୂଆଦିଲ୍ଲୀ : ଭାରତ ଇଂଲଣ୍ଡ ପାଂଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ରୁ , ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୧୨ ରୁ ୧୬, ତୃତୀୟ ମ୍ୟାଚ୍ ଅଗଷ୍ଟ ୨୫ରୁ ୨୯, ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ରୁ ଏବଂ ପଂଚମ ଟେଷ୍ଟ ସେପ୍ଟେମ୍ବର ୧୦ରୁ ୧୪ରେ ଖେଳାଯିବ ଅନ୍ୟପଟେ ବିସିସିଆଇ ଆଇପିଏଲର ବଳକା ମ୍ୟାଚର ଆୟୋଜନ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛି ଏଥିପାଇଁ ବିସିସିଆଇ ଗୋଟିଏ ସପ୍ତାହ ପୂର୍ବରୁ ଟେଷ୍ଟ ସିରିଜ୍ ସମାପ୍ତ କରିବାକୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡକୁ ଅନୁରୋଧ କରିଛି ଏମିତି ହେଲେ ଆଇପିଏଲର ବଳକା ୩୧ ମ୍ୟାଚ୍ ପାଇଁ ଅଧିକ ସମୟ ମିଳିଯିବ କିନ୍ତୁ ଇସିବି ଟେଷ୍ଟ ସିରିଜର କାର୍ଯ୍ୟକ୍ରମରେ କୌଣସି ପରିବର୍ତନ କରିବାକୁ ଚାହୁଁ ନଥିବା ଜଣା ପଡିଛି କିନ୍ତୁ ଆନୁଷ୍ଠାନିକ ଭାବେ ପର୍ଯ୍ୟନ୍ତ ବିସିସିଆଇ ଇସିବି ମଧ୍ୟରେ ଆଲୋଚନା ହୋଇ ନାହିଁ କେବଳ ଦୁଇ ବୋର୍ଡ ମଧ୍ୟରେ ଅନୌପଚାରିକ ଆଲୋଚନା ଚାଲିଛି ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଇସିବି ଟେଷ୍ଟ ସିରିଜରେ କୌଣସି ପରିବର୍ତନ କରିବ ଆଶା ଲାଗୁ ନାହିଁ କେବଳ ଅନୌପଚାରିକ ଭାବେ ଇସିବିକୁ ଆମେ ପ୍ରସ୍ତାବ ଦେଇଛୁ କିନ୍ତୁ ଇଂଲଣ୍ଡ ୱେଲ୍ସ ବୋର୍ଡର ଆଭିମୁଖ୍ୟରୁ ଲାଗୁ ନାହିଁ ସେମାନେ ଆମ ଅନୁରୋଧ ସ୍ୱୀକାର କରିବେ ତେଣୁ ଆମକୁ ଔପଚାରିକ ଭାବେ ଅନୁରୋଧ କରିବ କିମ୍ବା ଆଲୋଚନା କରିବାରେ କୌଣସି ଫାଇଦା ନାହିଁ କାରଣ ଇସିବିକୁ ନିଜର ହଂଡ୍ରେଡ ଲିଗ୍ ଜୁଲାଇ ୨୪ ରୁ ଅଗଷ୍ଟ ୨୧ ମଧ୍ୟରେ ଆୟୋଜନ କରିବାର ଅଛି ପ୍ରସାରଣକାରୀ ସଂସ୍ଥା ମଧ୍ୟରେ ତାର ଚୁକ୍ତି ହୋଇ ସାରିଛି ଏବଂ ବାକି ପ୍ରସ୍ତୁତି ପୂରା ହୋଇ ସାରିଛି ତେଣୁ ଇସିବି ଟେଷ୍ଟ ସିରିଜ କାର୍ଯ୍ୟକ୍ରମରେ କୌଣସି ପ୍ରକାରର ପରିବର୍ତନ କରିବା ମୋଡରେ ନାହିଁ ସୂଚନାଯୋଗ୍ୟ, ବିସିସିଆଇ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ମଧ୍ୟରେ ଆଇପିଏଲର ବଳକା ମ୍ୟାଚ୍ ଆୟୋଜନ କରିବାକୁ ଚାହୁଁଥିଲା ଏବେ ଦେଖିବା ବାକି ରହିଲା ଯେ, ବିସିସିଆଇ ଆଇପିଏଲର ବଳକା ୩୧ ମ୍ୟାଚ୍ ପାଇଁ କଣ ବ୍ୟବସ୍ଥା କରୁଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×