Quantum Mirror

ରାଉରକେଲାରେ ଭୁଷୁଡ଼ିଲା ୩ ମହଲା କୋଠା

ରାଉରକେଲାରେ ଭୁଷୁଡ଼ିଲା ୩ ମହଲା କୋଠା

ରାଉରକେଲା, ୨୫/୦୫: ରାଉରକେଲା ନୟାବଜ଼ାରରେ ଥିବା ପୁରୁଣା ବ୍ୟାଙ୍କ କଲୋନୀର ୩ ମହଲା କୋଠା ଘର ହଠାତ୍ ଭୁଶୁଡି ପଡିଲା କୋଠାଟି ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିଯିବାର ଆଶଙ୍କା ଥିଲା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୋଠା ତଳେ ଲୋକ ଚାପି ହୋଇରହିଥିବା ସନ୍ଦେହ କରି ଡଗ୍ ସ୍କାର୍ଡକୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ପୁରୁଣା କୋଠାରୁ ଇଟା ଚୋରି ଉଦେଶ୍ୟରେ ଦୁବୃର୍ତ୍ତ ମାନେ ଭାଙ୍ଗିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ନୟବଜାର ଅଞ୍ଚଳ ବ୍ୟାଙ୍କ ଅଫ୍ ବରୋଦାର ଷ୍ଟାପ୍ କ୍ବାର୍ଟର କୋଠା ଭୁଶୁଡି ପଡିଛି। କୋଠାର କଂକ୍ରିଟ ଇଟା ତଳେ କିଛି ଲୋକ ଚାପିହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଡଗ୍ ସ୍କାର୍ଡ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×