Quantum Mirror

ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଛି

ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଛି

କୋଲକାତା: ବାତ୍ୟା ସହିତ ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଛି । ଏହି ଟର୍ଣ୍ଣାଡୋ ସମୁଦ୍ର ଭିତରୁ ସ୍ଥଳ ଭାଗକୁ ମାଡ଼ି ଆସିଥିଲା । ଏହା କାରଣରୁ ସେଠାକାର ସ୍ଥାନୀୟ ଅଞ୍ଚଳର ୮୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଜୁଳି ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗର ହୁଗୁଳି ଓ ଉତ୍ତର ୨୪ ପ୍ରଗଣାରେ ବାତ୍ୟା ୟଶ୍ ପ୍ରଭାବରେ ବର୍ଷା ହେଉଥିବା ବେଳେ ଟର୍ଣ୍ଣାଡୋ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ତେବେ ଏହି ଟର୍ଣ୍ଣାଡୋର ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଗୋଟିଏ ସମୟରେ ବାତ୍ୟା ଏବଂ ଟର୍ଣ୍ଣାଡୋ ହେବ ବୋଲି ଆମେ ଆଶା କରିନଥିଲୁ କି ଭାବି ବି ନଥିଲୁ । ଏହି ଟର୍ଣ୍ଣାଡୋ ଛିନଶୁରା ଓ ହଲିସହରରେ ଠାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏହି ଦୁଇ ସ୍ଥାନରେ ୮୦ଟି ଘର ଭାଙ୍ଗିଯାଇଥିବା ସହିତ ୨ ଜଣ ବିଜୁଳି ଝଟକାରେ ମୃତ୍ୟୁବରଣ କରିଛନ୍ତି ଏବଂ ୫ ଜଣ ଆହାତ ହୋଇଛନ୍ତି । ଆହତଙ୍କୁ ସେମାନଙ୍କୁ ହସ୍ପିଟାଲକୁ ନିଆ ଯାଇଥିବା ମମତା କହିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×