Quantum Mirror

ଭଦ୍ରକ-ବାଲେଶ୍ୱରରେ ପରେ ମୟୂରଭଞ୍ଜକୁ ‘ୟଶ’ ଭୟ

ଭଦ୍ରକ-ବାଲେଶ୍ୱରରେ ପରେ ମୟୂରଭଞ୍ଜକୁ ‘ୟଶ’ ଭୟ

ଭୁବନେଶ୍ୱର: ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ସ୍ଥଳଭାରେ ବାତ୍ୟା ଏହାରା ଅତି ଭୀଷଣ ପ୍ରଭାବ ରଚିବା ପରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ବାତ୍ୟାର ପ୍ରଭାବ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାହାନଗାରେ ଅଧିକ ରହିଥିବାବେଳେ ଜିଲ୍ଲାର ସୀମା ସଂଲଗ୍ନ ପଶ୍ଚିମବଙ୍ଗର ଦୀଘା ସମେତ ଅନ୍ୟାନ୍ୟ ଅଞ୍ଚଳରେ ପଡ଼ିଛି । ପଡ଼ୋଶୀ ଛତିଶଗଡ଼ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ନୟାନ୍ତ କରିଦେଇଛି । ତେବେ ଏହାର ପ୍ରଭାବରେ ଆଜି ରାତି ଯାଏଁ ୧୨୦-୧୩୦ କିମି ପର୍ଯ୍ୟନ୍ତ ପବନ ବୋହିବା କୁହାଯାଇଛି । ସେହିପରି ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉପକୂଳ ଜିଲ୍ଲାରେ ସନ୍ଧ୍ୟା ଯାଏଁ ପବନ ଓ ବର୍ଷା ଲାଗି ରହିପାରେ । ପରେ ଏହା କମି ୬୦-୭୦ କିମି ବେଗ ରହିବ । ଅନୁରୂପ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବ ରହିବ । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଅତି ପ୍ରବଳ ବର୍ଷା ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଭଦ୍ରକ ଓ ବାଲେଶ୍ୱରରେ ସ୍ଥିତି ଅଣାୟତ୍ତ କରିଦେଇଛି ବାତ୍ୟା ୟଶ । ବାସୁଦେବପୁର ଅଞ୍ଚଳରେ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି ଏବଂ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧାମରାରେ ମଧ୍ୟ ବାତ୍ୟା ଖୁବ୍ ପ୍ରଭାବ ପକାଇଛି । ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଛି ଗଛ । ଆଜବେଷ୍ଟସ୍ ଓ ଛଣଛପର ଘର ଅନେକ ସ୍ଥାନାରେ ଉଡ଼ି ଯାଇଛି । ତେବେ ଭଦ୍ରକ ଓ ବାଲେଶ୍ୱରକୁ ବାଦ୍ ଦେଲେ କେନ୍ଦ୍ରାପଡ଼ା ସମେତ ଯାଜପୁରରେ ବାତ୍ୟା ୟଶ୍ ମଧ୍ୟ ତାଣ୍ଡବ ରଚିଛି । ପ୍ରବଳ ପବନ ବୋହିବା ସହ ଅବିରତ ବର୍ଷା ହୋଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×