Quantum Mirror

ଭଡ଼ାରେ ରହୁଥିବା ଡାକ୍ତରଙ୍କୁ ଆକ୍ରମଣ କଲେ ଘର ମାଲିକ

ଭଡ଼ାରେ ରହୁଥିବା ଡାକ୍ତରଙ୍କୁ ଆକ୍ରମଣ କଲେ ଘର ମାଲିକ

ଜଟଣୀଜଟଣୀ ଥାନା ଶ୍ରୀରାମନଗର ଅଞ୍ଚଳରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଘର ମାଲିକଙ୍କ ଆକ୍ରମଣରେ ଭଡ଼ାରେ ରହୁଥିବା ଡାକ୍ତର ଗୁରୁତର ହୋଇଛନ୍ତି ଆହତ ଡାକ୍ତର ହେଲେ କୃଷ୍ଣ କୁମାର ମହାନ୍ତି (୮୨) ଘର ମାଲିକ ଚତୁର୍ଭୁଜ ରାଉଳ ତାଙ୍କୁ ପିତଳ ଢ଼ାଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ତାଙ୍କ ମୁଣ୍ଡ ମୁଖମଣ୍ଡଳରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସୂଚନା ଅନୁଯାୟୀ, ଜଣେ ଅସୁସ୍ଥ ବ୍ୟକ୍ତି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇଁ ଡାକ୍ତର ମହାନ୍ତିଙ୍କ ପାଖକୁ ଆସିଥିଲେ ଘର ମୁଖ୍ୟ ଫାଟକ ନିକଟରେ ଅସୁସ୍ଥ ରୋଗୀଙ୍କ ସହ ଡାକ୍ତର ମହାନ୍ତି କଥା ହେଉଥିବା ବେଳେ ଘର ମାଲିକ ଚତୁର୍ଭୁଜ ପ୍ରତିବାଦ କରିଥିଲେ ତାଙ୍କ ଘରକୁ କେହି ଅସୁସ୍ଥ ବ୍ୟକ୍ତି ନଆସିବା ପାଇଁ କହିଥିଲେ ଏହାକୁ ନେଇ ଡାକ୍ତରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ଚତୁର୍ଭୁଜ ଧରିଥିବା ଏକ ପିତ୍ତଳ ଢାଳରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ସେଠାରେ ଉପସ୍ଥିତ ଅସୁସ୍ଥ ବ୍ୟକ୍ତି ଘରୁ ଡାକ୍ତରଙ୍କ ପୁଅ ବାହାରି ଆସି ହସ୍ତକ୍ଷେପ କରିବା ପରେ ଘରମାଲିକ ପଳାଇଥିଲେ ଅପରପକ୍ଷେ ଘର ମାଲିକ ମଧ୍ୟ ଡାକ୍ତର ମହାନ୍ତି ତାଙ୍କ ପୁଅ ନାମରେ ପାଲଟା ଅଭିଯୋଗ କରିଛନ୍ତି ଘରମାଲିକ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଉଭୟ ପକ୍ଷର ଏତଲାକୁ ଭିତ୍ତି କରି ପୁଲିସ ଦୁଇଟି ମାମଲା ରୁଜୁ କରିଛି ଘରମାଲିକଙ୍କୁ ଥାନାରେ ଅଟକ ରଖିଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×