Quantum Mirror

ମୟୁରଭଞ୍ଜ ଦେଇ ଗତି କରୁଛି ୟଶ୍

ମୟୁରଭଞ୍ଜ ଦେଇ ଗତି କରୁଛି ୟଶ୍

ଭୁବନେଶ୍ୱର:  ବର୍ତ୍ତମାନ ଏହା ମୟୁରଭଞ୍ଜ ଦେଇ ଅତିକ୍ରମ କରୁଛି । ସେଠାରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଛି । ପୂର୍ବରୁ ଏହା ଧାମରା, ଚାନ୍ଦିପୁର, ରାଜନଗର ଆଦି ଉପକୂବର୍ତ୍ତୀ ଅଞ୍ଚଳରେ ତାଣ୍ଡବ କରିବାପରେ ଏହା ମୟୁରଭଞ୍ଜ ଦେଇ ଗତି କରୁଛନ୍ତି । ଆସନ୍ତା କାଲି ଏହା ଝାଡଖଣ୍ଡ ମୁହାଁ ହେବ । ତେବେ ମୟୁରଭଞ୍ଜରେ ଏବେ ୯୦ ରୁ ୧୦୦ କିମି ବେଗରେ ପବନ ହେଉଛି । ଆଗାମୀ ୧୨ ଘଣ୍ଟା ଏହି ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଏବଂ ଜଗତସିଂହପୁର ଆଦି ଜିଲ୍ଲାରେ ଏହା ଅନେକ କ୍ଷୟକ୍ଷତି ଘଟାଇଛି । କେଉଁଠି ଗଛ ଭାଙ୍ଗିବା ପଡିବା ସହିତ କାହାର ଘର ଭାଙ୍ଗି ପଡିଛି । ସେଠାରେ ଲ୍ୟାଣ୍ଡଫଲ୍ କରିବା ପରେ ୧୩୦ରୁ ୧୪୦ କିମି ବେଗରେ ପବନ ହେଉଥିଲା । ବର୍ତ୍ତମାନ ଏହା ମୟୁରଭଞ୍ଜରେ ରହିଥିବାରୁ ସେଠାକାର ପରିସ୍ଥିତି ଜଟିଳ ରହିଛି । ପବନ କ୍ରମେ କ୍ରମେ ଜିଲ୍ଳାରେ ବଢ଼ିବାକୁ ଲାଗିଛି । ସେଠାରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×