Quantum Mirror

କରୋନା ପାଇଁ ଜେଇଇ ଆଡଭାନ୍ସ ସ୍ଥଗିତ

କରୋନା ପାଇଁ ଜେଇଇ ଆଡଭାନ୍ସ ସ୍ଥଗିତ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩ରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ମହାମାରୀ ନିୟନ୍ତ୍ରଣକୁ ଆସିଲେ ପୁନଃ ତାରିଖ ଘୋଷଣା କରାଯିବ ବୋଲି ଆଇଆଇଟି ଖଡ଼ଗପୁର ପକ୍ଷରୁ ସ୍ପଷ୍ଟ କରାଯାଇଛି  ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୧କୁ ସ୍ଥଗିତ ରଖାଯାଇଛି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଘୋଷଣା ଯାଏଁ ଏହି ଏଣ୍ଟ୍ରାନ୍ସ ଏକଜାମ ବନ୍ଦ ରହିବ ବୋଲି କୁହାଯାଇଛି ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଜେଇଇ ମେନ୍ ୨୦୨୧ ଗତ ଏପ୍ରିଲ୍ ମେ ମାସରେ ହେବାକୁ ସ୍ଥିର ହୋଇଥିବାବେଳେ କରୋନାର ଦ୍ୱିତୀୟ ତରଙ୍ଗକୁ ଲକ୍ଷ୍ୟ ରଖି ସ୍ଥଗିତ ରଖାଯାଇଥିଲା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏଥିପାଇଁ ପୁନଃ ତାରିଖ ଅଦ୍ୟାବଧି ଘୋଷଣା କରାଯାଇନି ନିୟମ ଅନୁସାରେ ଜେଇଇ ମେନ୍ ୨୦୨୧ରୁ ଉତ୍ତୀର୍ଣ୍ଣ ହୋଇଥିବା ଶୀର୍ଷ . ଲକ୍ଷ ପ୍ରାର୍ଥୀ ଜେଇଇ ଆଡଭାନ୍ସ ୨୦୨୧ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ଏବଂ ପସନ୍ଦର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ସେମାନଙ୍କ ମାର୍କ ସ୍କୋର୍ ଅନୁସାରେ ଆଡମିସଶ୍ ନେଇପାରିବେ ସେହିପରି ଜେଇଇ ଆଡଭାନ୍ସ ପାଇଁ ପ୍ରାର୍ଥୀଙ୍କୁ ୨ଟି ସେସନରେ ୨ଟି ପେପର୍ ପ୍ରଶ୍ନପତ୍ର କ୍ଲିଅର୍ କରିବାକୁ ପଡ଼ିବ ପେପର ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏଁ ଏବଂ ପେପର୍ ଅପରାହ୍ଣ ୨ଟା ୩୦ରୁ ୫ଟା ୩୦ ମଧ୍ୟରେ ସିଟିଂ ହେବ ଯେଉଁମାନେ ଜେଇଇ ଆଡଭାନ୍ସ ୨୦୨୧ରୁ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହେବେ ସେମାନେ ଦେଶର ପ୍ରମୁଖ ୨୩ଟି ବୈଷୟିକ ପ୍ରଯୁକ୍ତି ଶିକ୍ଷାନୁଷ୍ଠାନ (ଆଇଆଇଟି)ରେ ବ୍ୟାଚଲର୍, ଇଣ୍ଟିଗ୍ରେଟେଡ୍ ମାଷ୍ଟର୍ ଡୁଆଲ୍ ଡିଗ୍ରୀ କୋର୍ସ ପାଇଁ ଆବେଦନ କରିପାରିବେ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×